Latest Odisha News

BREAKING NEWS

ସଞ୍ଜୟ ରାଉତ ଗିରଫ, ମୁମ୍ବାଇରେ ହୋଇପାରେ ଜୋରଦାର ବିକ୍ଷୋଭ

ମୁମ୍ବାଇ: ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଜୟ ରାଉତ ଗିରଫ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଳମ୍ବିତ ରାତିରେ ଗିରଫ କରିବା ପରେ ଆଜି ତାଙ୍କୁ ପିଏମଏଲଏ ସ୍ପେଶାଲ କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି।

ସେପଟେ ଏପରି ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରୋଣଦିତ ବୋଲି କଂଗ୍ରେସ କହିଛି। ଆଜି ସଂସଦ ଏହାକୁ ନେଇ ସରଗରମ ରହିପାରେ। ଦଳୀୟ ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ପାରନ୍ତି। କେନ୍ଦ୍ର ସରକାର ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ତଦନ୍ତ ଅଧିକାରୀ ସଂସ୍ଥାକୁ ବ୍ୟବହାର କରୁଛନ୍ତି ବୋଲି ରାଜ୍ୟସଭାରେ ସେ ଦାବି କରିପାରନ୍ତି।

ପାତ୍ରା ଚାଲ୍ ଜମି ମାମଲାରେ କିନ୍ତୁ ସଞ୍ଜୟ ରାଉତଙ୍କୁ କଂଗ୍ରେସର ସମର୍ଥନ ମିଳୁଥିବା ଜଣାପଡିଛି। ମିଡିଆ ରିପୋର୍ଟ ଅନୁଯାୟୀ, କଂଗ୍ରେସର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ସେ ରାଉତଙ୍କ ସହ ରହିଛନ୍ତି।

ସଞ୍ଜୟ ରାଉତଙ୍କ ଗିରଫଦାରୀକୁ ନେଇ ମହାରାଷ୍ଟ୍ରରେ ବୟାନବାଜି ତେଜିଛି । ଶିବସେନା (ଉଦ୍ଧବ ଗୋଷ୍ଠୀ) ଏନସିପି ସମେତ ଅନ୍ୟାନ୍ୟ ଦଳ ବିଜେପିକୁ ଟାର୍ଗେଟ କରିଛନ୍ତି। ସାଂସଦଙ୍କ ଭାଇ ସୁନୀଲ ରାଉତ କହିଛନ୍ତି ଯେ ସଞ୍ଜୟ ରାଉତଙ୍କୁ ବିଜେପି ଭୟ କରୁଛି। ସଞ୍ଜୟଙ୍କୁ କେଉଁ ପ୍ରମାଣ ଆଧାରରେ ଗିରଫ କରାଯାଇଛି ସେ ନେଇ କୌଣସି ଦଲିଲ ଦେଇ ନାହାନ୍ତି ବୋଲି ସୁନୀଲ ରାଉତ କହିଛନ୍ତି।

ଶିବସେନା ନେତା ସଞ୍ଜୟ ରାଉତଙ୍କ ଗିରଫଦାରୀକୁ ନେଇ ତାଙ୍କ ସମର୍ଥକମାନେ ବିରୋଧ କରୁଛନ୍ତି। ଏହି ଗିରଫଦାରୀକୁ ନେଇ ଶିବସେନା ସମଗ୍ର ମୁମ୍ବାଇରେ ବିରୋଧ କରିବାକୁ ଯୋଜନା କରିଛି।

ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା କମିବାର ନାଁ ନେଉନି। ଜମି ଦୁର୍ନୀତି ମାମଲାରେ ଗିରଫ ହେବାପରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ମହିଳା ସାକ୍ଷୀଙ୍କୁ ଧମକ ଦେଇଥିବାରୁ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ରବିବାର ସଞ୍ଜୟ ରାଉତଙ୍କୁ ଗିରଫ କରିବା ପୂର୍ବରୁ ଇଡି ରାଉତଙ୍କ ବାସଭବନରେ ଚଢାଉ କରିଥିଲା।

Leave A Reply

Your email address will not be published.