Latest Odisha News

BREAKING NEWS

ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା

ନୂଆଦିଲ୍ଲୀ: ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ମାଲିକ ସଞ୍ଜୀବ ଗୋୟନଙ୍କାଙ୍କୁ ନେଇ ପୂନର୍ବାରେ ଚର୍ଚ୍ଚା ଜୋର ଧରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସ ପରାଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ମ୍ୟାଚ ପରେ ଗୋୟଙ୍କା ଓ ଅଧିନାୟକ ରିଷଭ ପନ୍ତଙ୍କ ମଧ୍ୟରେ ହେଉଥିବା ଆଲୋଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଇପିଏଲରେ ଅନ୍ୟ ଟିମ ମଧ୍ୟ ପରାଜିତ ହୋଇଥାନ୍ତି ମାତ୍ର ଟିମ ମାଲିକ ଏହି ଭଳି ପ୍ରତିକ୍ରିୟାଶୀଳ ହୋଇ ନ ଥାନ୍ତିି । ତେବେ ପନ୍ତ ଓ ଗୋୟଙ୍କାଙ୍କ ମଧ୍ୟରେ ହେଉଥିବା ଆଲୋଚନା କିପରି ତାହା ଅବଶ୍ୟ ସ୍ପଷ୍ଟ ହୋଇପାରି ନାହିଁ ।

ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ଲକ୍ଷ୍ନୌକୁ ପରାଜିତ କରିଥିଲା । ଚଳିତ ସିଜନରେ ପ୍ରଥମ ଟିମ ଭାବେ ଲକ୍ଷ୍ନୌ ମ୍ୟାଚରେ ପରାଜୟବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୮.୪ ଓଭରରେ ୧୪୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ ପିଛା କରି ୨୬ ରନରେ ୪ଟି ୱିକେଟ ହରାଇଥିଲା । ମାତ୍ର ଏହା ପରେ ସମୀର ରିଜଭୀ ୭୦ ରନର ଅପରାଜିତ ମ୍ୟାଚ ଖେଳି ଦଳକୁ ବିଜୟୀ କରାଇଥିଲେ ।

Leave A Reply

Your email address will not be published.