ଚେନ୍ନାଇ: ଭାରତୀୟ କ୍ରିକେଟର ପ୍ରତିଭାବାନ ୱିକେଟକିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ପ୍ରେମ କାହାଣୀ ବେଶ ରୋଚକ ଥିଲା । ଚାରୁଲତାଙ୍କ ସହ ପ୍ରେମ ସମ୍ପର୍କ ନିବୀଡ ହେବା ପରେ ଉଭୟ ବିବାହ କରିଥିଲେ । ମାର ଇଭାନିୟୋସ କଲେଜରେ ଉଭୟ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ । ସଞ୍ଜୁ ଇଂରାଜୀ ସାହିତ୍ୟରେ ବିଏ କରୁଥିବା ବେଳେ ଚାରୁଲତା କେମେଷ୍ଟ୍ରିରେ ବିଏସସି କରୁଥିଲେ । କଲେଜରେ ଚାରୁଲତାଙ୍କ୍ରୁ ପ୍ରଥମ ଥର ଦେଖିବା ମାତ୍ରେ ସଞ୍ଜୁ ବୋଲ୍ଡ ହୋଇ ଯାଇଥିଲେ । ଉଭୟ ଲାଜକୁଳା ସ୍ୱଭାବର ହୋଇଥିବାରୁ ମନ କଥା କହିପାରି ନ ଥିଲେ । ସଞ୍ଜୁ ସାହାସ କରି ଚାରୁଲତାଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ ।
୨୨ ଅଗଷ୍ଟ ୨୦୧୩ ରାତି ୧୧ଟାରେ ସଞ୍ଜୁ ମେସେଜ ପଠାଇଥିଲେ । ବାସ ତା ପରେ ଆରମ୍ଭ ହୋଇଥିଲା ପ୍ରେମର କାହାଣୀ । ଯାହା ଏବେ ବି ଚାଲୁ ରହିଛି । ୫ ବର୍ଷ କାଳ ପ୍ରେମ କରିବା ପରେ ଉଭୟ ୨୨ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ । ଏହି ବିବାହରେ ପରିବାର ସଦସ୍ୟ ଏବଂ କିଛି ବନ୍ଧୁ ସାମିଲ ହୋଇଥିଲେ । ସଞ୍ଜୁ ଖ୍ରୀଷ୍ଟିଆନ ହୋଇଥିବା ବେଳେ ଚାରୁଲତା ହିନ୍ଦୁ ଧର୍ମର ଥିଲେ । ବିବାହରେ ଯେପରି ବିବାଦ ସୃଷ୍ଟି ନ ହେବ ସେଥିପ୍ରତି ଉଭୟଙ୍କ ପରିବାର ଧ୍ୟାନ ଦେଇଥିଲେ । ସଞ୍ଜୁ କ୍ରିକେଟରେ ନାମ କମାଇଥିବା ବେଳେ ଚାରୁଲତା ବ୍ୟବସାୟ କରୁଛନ୍ତି । ସଞ୍ଜ ଭାରତ ପକ୍ଷରୁ ୧୬ ଦିିନିକିଆ ଓ ୪୨ ଟି୨୦ ମ୍ୟାଚ ଖେଳିଛନ୍ତି ।
Comments are closed.