Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଜିମ୍ବାୱେ ବିପକ୍ଷ ମୁକାବିଲାରେ ଭାଙ୍ଗିପାରେ ଅଭିିଷେକ-ଈଶାନ ଯୋଡି

ଚେନ୍ନାଇ: ଚଳିତ ଟି୨୦ ବିଶ୍ୱକପ ସୁପର ଏଇଟ ପର୍ଯ୍ୟାୟରେ ଭାରତ ଗୁରୁବାର ଜିମ୍ବାୱେକୁ ଭେଟିବ । ଦକ୍ଷିଣ ଆଫ୍ରିକାଠାରୁ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭାରତ ପାଇଁ ଏହି ମୁକାବିଲା କର ବା ମର ସଦୃଶ । ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ସାମାନ୍ୟ ପରିବର୍ତନ କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହି ମ୍ୟାଚରେ ଅଭିଷେକ ଶର୍ମା ଓ ଈଶାନ କିଶାନଙ୍କ ଓପନିଂ ଯୋଡି ଭାଙ୍ଗିପାରେ । ଉଭୟ ବାମହାତୀ ବ୍ୟାଟ୍ସମ୍ୟାନ ହୋଇଥିବାରୁ ବିପକ୍ଷ ଦଳକୁ ବୋଲିଂ କରିବା ପାଇଁ ସୁବିଧା ହୋଇଛି । ଏଥର ବାମହାତୀ ଓ ଡାହଣହାତୀ କମ୍ବିନେଶନ ପ୍ରସ୍ତୁତ କରାଯାଇପାରେ । ଅଭିଷେକଙ୍କୁ ବାଦ ଦିଆଯାଇପାରେ କିମ୍ବା ଈଶାନଙ୍କ ବ୍ୟାଟିଂ ପୋଜିଶନ ବଦଳିବା ସମ୍ଭାବନା ରହିଛି । ଚୂଡାନ୍ତ ଏକାଦଶରେ ସଞ୍ଜୁ ସାମସନଙ୍କ ସାମିଲ କରିବା ନେଇ ମଧ୍ୟ ଆଲୋଚନା ହୋଇଛି ।

ଅଭ୍ୟାସ ସେଶନରେ ଅଭିଷେକ କଠିନ ଅଭ୍ୟାସ କରୁଥିବା ବେଳ କୋଚ ଗୌତମ ଗମ୍ଭୀର ତାଙ୍କୁ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି । ବ୍ୟାଟିଂ କୋଚ ସୀଂତାଂଶୁ କୋଟାକଙ୍କ କହିବା ଅନୁସାରେ ଈଶାନଙ୍କ ସ୍ଥାନରେ ସଞ୍ଜୁ ଓପନିଂ କରିପାରନ୍ତି । ରିଙ୍କୁ ସିଂ ଏହି ମ୍ୟାଚରେ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାରୁ ରିଙ୍କୁ ଘରକୁ ଫେରିଛନ୍ତି । ଫଳରେ ଅଭିଷେକ, ସଞ୍ଜୁ ଓ ଈଶାନ ଏହି ମ୍ୟାଚରେ ଖେଳି ପାରନ୍ତି । ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅକ୍ଷର ପଟେଲ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଈଶାନ କିଶାନ, ସୂର୍ଯ୍ୟକୁମାର ଯ।।ଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତି, ଯଶପ୍ରୀତ ବୁମରାହ ଓ ଅର୍ଶଦୀପ ସିଂ ।

Leave A Reply

Your email address will not be published.