Latest Odisha News

ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ସଞ୍ଜୁ ସାମସନଙ୍କୁ ଆନ୍ତର୍ଜାତୀୟ ଟି୨୦ରେ ଏକ ଭଲ ପୋଜିଶନରେ ଖେଳିବା ପାଇଁ ସୁଯୋଗ ମିଳିଛି । ତେବେ ସେ ଏହାକୁ ହାତଛଡା କରିବାରେ ଲାଗିଛନ୍ତି । ଏସିଆ କପ ୨୦୨୬ରେ ଶୁଭମନ ଗିଲ ଭାରତୀୟ ଟିମରେ ଓପନର ଭାବେ ଖେଳିବା ସୁଯୋଗ ପାଇଥିଲେ । ଓପନିଂରେ ୩ଟି ଶତକ ମାରିଥିବା ସଞ୍ଜୁଙ୍କୁ ମଧ୍ୟକ୍ରମରେ ଖେଳିବାକୁ ମିଳିଥିଲା । ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ ଏବଂ ଶେଷରେ ଦଳରୁ ବାଦ ପଡିଥିଲେ । ଏବେ ଗିଲ ବିଦା ହେବା ପରେ ସଞ୍ଜୁଙ୍କୁ ତାଙ୍କ ଫେଭରାଇଟ ସ୍ଥାନ ମିଳିଛି । ତେବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ୨ଟି ମ୍ୟାଚରେ ଫେଲ ମାରିଛନ୍ତି । ଈଶାନ କିଶାନ ଦ୍ୱିତୀୟ ଟି୨୦ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

କ୍ରମାଗତ ବିଫଳତା ସଞ୍ଜୁଙ୍କୁ ଟି୨୦ ବିଶ୍ୱକପ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇ ନ ପାରେ । ବାକିଥିବା ୩ଟି ମ୍ୟାଚରେ ସଞ୍ଜୁଙ୍କୁ ପ୍ରଭାବୀ ପ୍ରଦର୍ଶନ କରିବା ଜରୁରୀ ହୋଇ ପଡିଛି । ସଞ୍ଜୁ ୨୯ ଟି୨୦ରେ ୬୬୮ ରନ କରିଛନ୍ତି । ଏଥିରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ୯ ମ୍ୟାଚରେ ୪୦୩ ରନ କରିଛନ୍ତି । ଅନ୍ୟ ଟିମଗୁଡିକ ବିପକ୍ଷରେ ସେ ୨୦ ମ୍ୟାଚରେ ୨୬୫ ରନ କରିଛନ୍ତି । ସ୍ଥିର ପ୍ରଦର୍ଶନ କରି ନ ପାରୁଥିବାର ଭଲ ଖେଳାଳି ହେବା ସତ୍ୱେ ସେ ଦଳର ନିୟମିତ ସଦସ୍ୟ ହୋଇ ପାରୁ ନାହାନ୍ତି ।

Leave A Reply

Your email address will not be published.