Latest Odisha News

BREAKING NEWS

ଗତ ଆଇପିଏଲରୁ ସଞ୍ଜୁ ରାଜସ୍ଥାନ ଛାଡିବାକୁ ଚାହିଁଥିଲେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ରବୀନ୍ଦ୍ର ଜାଡେଜା ଓ ସାମ କରାନଙ୍କ ବଦଳରେ ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନଙ୍କୁ ଦଳରେ ନେଇଛି । ରାଜସ୍ଥାନର ପୂର୍ବତନ ଅଧିନାୟକ ସଞ୍ଜୁ ୨୦୨୫ରେ ଦଳର ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ଥିଲେ । ସେ ସେବେଠାରୁ ଦଳ ଛାଡିବା ପାଇଁ ଚିନ୍ତା କରୁଥିଲେ ବୋଲି ଏହାର ମାଲିକ ମନୋଜ ବଡାଲେ କହିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ କେତୋଟି ମ୍ୟାଚ ମଧ୍ୟ ଖେଳି ନ ଥିଲେ । ୯ଟି ଇନିଂସରେ ସଞ୍ଜୁ ଗୋଟିଏ ଅର୍ଦ୍ଧଶତକ ମାରିବାରେ ସଫଳ ହୋଇଥିଲେ ।

ରାଜସ୍ଥାନ ପଂଏଟ ଟେବୁଲରେ ଶେଷ ସ୍ଥାନରେ ଥିବା ଚେନ୍ନାଇର ଉପରେ ରହିଥିଲା । ସାମସନ ଦଳର ପ୍ରଦର୍ଶନ ନେଇ ଭାଙ୍ଗି ପଡିଥିଲେ । କେକେଆରଠାରୁ ହାରିବା ପରେ ସେ ଆଉ ଚାପ ସମ୍ଭାଳି ପାରି ନ ଥିଲେ । ଏପରିକି ମୋତେ ଦଳ ଛାଡିବେ ବୋଲି କହିଥିଲେ । ୧୮ ବର୍ଷ ମଧ୍ୟରେ ରାଜସ୍ଥାନ ଏ ଭଳି ଖରାପ ପ୍ରଦର୍ଶନ କରିଥିଲା । ସେ ଏହାକୁ ଗ୍ରହଣ କରିପାରି ନ ଥିଲେ । ସଞ୍ଜୁଙ୍କ ପାଇଁ ସର୍ବଦା ଆମ ନିକଟରେ ଦୁର୍ବଳତା ଥିଲା । ସେ ଜଣେ ନିଷ୍ଠାପର ଖେଳାଳି । ଆମେ ତାଙ୍କୁ ଯୁବାବସ୍ଥାରେ ଅଧିନାୟକ ଦାୟିତ୍ୱ ଦେଇଥିଲୁ ବୋଲି ବଡାଲ କହିଛନ୍ତି ।

Comments are closed.