Latest Odisha News

BREAKING NEWS

ସାଣ୍ଟା ବେଶରେ ଖ୍ରୀଷ୍ଟମାସ ଉପହାର ବାଣ୍ଟିିବାକୁ ଯାଇଥିବା ବେଳେ କୋଠାରୁ ଖସି ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଉ ଗୋଟେ ଦିନ ପରେ ଖ୍ରୀଷ୍ଟମାସ । ଛୋଟ ଛୋଟ ପିଲାମାନେ ସାଣ୍ଟା ଉପହାର ନେଇ ଆସିବ ବୋଲି ଅପେକ୍ଷା କରି ରହିଛନ୍ତି । ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ସାଧାରଣଲୋକମାନେ ସାଣ୍ଟାକ୍ଲଜ୍ ଭଳି ସଜାଇ ହୋଇ ଉପହାର ବ୍ୟାଗ ଧରି ଘରେଘରେ ପହଞ୍ଚି ଛୋଟଛୋଟ ପିଲାଙ୍କୁ ଖୁସି କରାଇବା ପାଇଁ ଚକୋଲେଟ, ଖେଳଣା ଓ କଣ୍ଢେଇ ଭଳି ଉପହାର ବାଣ୍ଟି ଥାଆନ୍ତି । ନିକଟରେ ଜଣେ ଯୁବକ ସାଣ୍ଟାକ୍ଲଜ୍ ହୋଇ ଉପହାର ବାଣ୍ଟିବାକୁ ଯାଇଥିବା ବେଳେ କୋଠାରୁ ଖସି ମୃତ୍ୟୁବରଣ କରିଛନ୍ତି ।

ରୁଷର ଜଣେ ଯୁବକ ଖ୍ରୀଷ୍ଟମାସ ପାଇଁ ପିଲାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉପହାର ବାଣ୍ଟିବା ପାଇଁ ସାଣ୍ଟାକ୍ଲଜ୍ ବେଶରେ ଏକ କୋଠା ଉପରକୁ ଚଢ଼ିଚଢ଼ି ଯାଉଥିଲେ । ଏହି ସମୟରେ ତଳେ ଛିଡ଼ା ହୋଇଥିବା ତାଙ୍କ ସ୍ତ୍ରୀ ଓ ଝିଅଙ୍କ ସମେତ ଅନେକ ଲୋକେ ତାଳି ବଜାଇ ତାଙ୍କୁ ଉତ୍ସାହିତ କରୁଥିଲେ । ଏତିକି ବେଳେ ଅସାବଧାନତାବଶତଃ ସେ ଯେଉଁ ଦଉଡ଼ି ଧରି ଚଢ଼ୁଥିଲେ ତାହା ହାତରୁ ଖସି ଯାଇଥିଲା, ଫଳରେ ସେ ୨୫୦ଫୁଟ ତଳକୁ ଖସିପଡ଼ିଥିଲେ । ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏଭଳି ଏକ ଦୁର୍ଘଟଣା ପରେ କାର୍ଯ୍ୟକ୍ରମର ଆୟୋଜନ କରିଥିବା କମ୍ପାନି ଘଟଣା ପାଇଁ କ୍ଷମା ମାଗିବା ସହିତ କହିଛି, ଯେହେତୁ ସେ ପ୍ରଶିକ୍ଷଣପ୍ରାପ୍ତ ଥିଲେ ତେଣୁ ତାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଆଗକୁ ଏମିତି ଭୁଲ ହେବ ନାହିଁ । ଏହି ଘଟଣାର ଯାଞ୍ଚରେ ଆମେ ପୋଲିସକୁ ଯଥାସମ୍ଭବ ସାହାଯ୍ୟ କରିବୁ ।’

Comments are closed.