Latest Odisha News

ଚଳଚ୍ଚିତ୍ର ‘ଦଣ୍ଡେ ରହେ କାହାଣୀ କହେ: ବାଲୁକା କଳା’ ପାଇଁ ସନ୍ତୋଷ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର…

ଭୁବନେଶ୍ୱର: ଅନ୍ତର୍ଜାତୀୟ କୋଲକାତା ଫିଲ୍ମ ଫେଷ୍ଟିଭାଲରେ “ଦ ପ୍ରେମିୟର ମିଡ଼ିଆ” ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘ଦଣ୍ଡେ ରହେ କାହାଣୀ କହେ: ବାଲୁକା କଳା’ ପାଇଁ ସନ୍ତୋଷ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି।

ସନ୍ତୋଷ ପଣ୍ଡାଙ୍କ ଦ୍ବାରା ଲିଖତ ଏବଂ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ରର ‘ଦଣ୍ଡେ ରହେ କାହାଣୀ କହେ: ବାଲୁକା କଳା’ ଉପରେ ପର୍ଯ୍ୟବେସିତ ୨୩ ମିନିଟ ଅବଧିର ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ଓଡ଼ିଆ ଅସ୍ମିତା ବହନ କରୁଥିବା ବାଲୁକା କଳାକୁ ପ୍ରଦର୍ଶିତ କରାଯାଇଛି। ରମାକାନ୍ତ ମିଶ୍ର ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯାହା ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ଆହୁରି ରୁଦ୍ଧିମନ୍ତ କରିଛି।

ଜାନୁଆରୀ ୨୫ ତାରିଖରେ ସେ କୋଲକାତାର Rotary ସଦନ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ଯୋଗଦେଇ ଫିଲ୍ମ ସମ୍ପର୍କରେ ଆଲୋଚନା କରିବା ସହ ପୁରସ୍କାର ଗ୍ରହଣ କରିଥିଲେ। ଏହି ଫେଷ୍ଟିଭାଲରେ ଦେଶ ତଥା ବିଦେଶରୁ ଅନେକ ଜଣାଶୁଣା ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଏବଂ ଅଭିନେତ୍ରୀ ଅଂଶଗ୍ରହଣ କରିଥିଲେ।“ ଓଡ଼ିଆ ଅସ୍ମିତା ବହନ କରୁଥିବା ବାଲୁକା କଳାକୁ ପ୍ରାମାଣିକ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରିଥିବାରୁ ସନ୍ତୋଷ ପଣ୍ଡା ବହୁତ ଗର୍ବିତ ବୋଲି ମତବ୍ୟକ୍ତ କରିଛନ୍ତି“।  ସୂଚନାଯୋଗ୍ୟ ସନ୍ତୋଷ ପଣ୍ଡାଙ୍କ ଅନେକ ଚଳଚ୍ଚିତ୍ର ଏହା ପୂର୍ବରୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବହୁ ସୁନାମ ଆଣିଛି।

 

Comments are closed.