Latest Odisha News

BREAKING NEWS

ନାଟକ ଏକାଡେମୀ ତରଫରୁ ସନ୍ୟାସୀ ମହାରଣାଙ୍କୁ ମିଳିଲା ୨୦୨୧ ମସିହାର ରଙ୍ଗମଞ୍ଚ ସମ୍ମାନ

ବ୍ରହ୍ମପୁର : ବ୍ରହ୍ମପୁର ନାଟକ ଏକାଡେମୀ ତରଫରୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ପ୍ରଯୋଜକ ନିର୍ଦ୍ଦେଶକ ସନ୍ୟାସୀ ମହରଣାଙ୍କୁ ଚଳିତ ୨୦୨୧ ମସିହା ରଙ୍ଗମଞ୍ଚ ସମ୍ମାନ ପ୍ରଦାନ କରାଯାଇଛି ।

କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସଚେତନ କରେଇବା ପାଇଁ ଶ୍ରୀ ମହାରଣା ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସେହି ଚଳଚ୍ଚିତ୍ର ସବୁ  ଜାତୀୟ  ଏବଂ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସା ସାଉଁଟି ଥିଲା ଏବଂ ବ୍ରହ୍ମପୁର ମାଟି ପାଇଁ ଏକ ବିଶ୍ୱସ୍ତରୀୟ ଉପଲବ୍ଧି ଆଣିଦେଇଥିଲା।

ଯେତେବେଳେ କଳାକାର ସଂଘର୍ଷ କରୁଥିଲେ ସେତେ ବେଳେ ଏଭଳି ଜଣେ ଉଦ୍ୟମି ଯୁବକଙ୍କର ପ୍ରଚେଷ୍ଟା ଏବଂ କଳା ପ୍ରତି ସମର୍ପଣକୁ ସମ୍ମାନ ଜଣାଇ ନାଟକ ଏକାଡେମୀ ତରଫରୁ ଅନୁଷ୍ଠାନର ସଭାପତି ପ୍ରଦୀପ ମଦନ ମିଶ୍ର ଏବଂ ସମ୍ପାଦକ ମହାରଥୀ ଲିଙ୍ଗରାଜ ନାହାକ, ସଙ୍ଗୀତ ନାଟକ ଏକାଡେମୀର ରାଜ୍ୟ ସଦସ୍ୟ ଅନୀଲ କୁମାର ପାତ୍ର ଶ୍ରୀ ମହାରଣାଙ୍କୁ ଚଳିତ ବର୍ଷର ଗୌରବମୟ ରଙ୍ଗମଞ୍ଚ ସମ୍ମାନ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.