Latest Odisha News

BREAKING NEWS

ଜନ୍ମ ଦିନରେ ସୋସିଆଲ ମିଡିଆରେ ପିଲା ବେଳ ଫଟୋ ସେୟାର କଲେ ସାରା ଅଲ୍ଲୀ ଖାନ

ମୁମ୍ବାଇ: ୨୫ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଜନ୍ମଦିନ ସେଲିବ୍ରେଶନର କିଛି ସ୍ପେଶାଲ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସାରା । କେବଳ ସେତିକି ନୁହେଁ ନିଜ ପିଲା ବେଳର ଫଟୋକୁ ସେୟାର ବି କରିଛନ୍ତି ।

ଏହି ପିଲା ବେଳର ଫଟୋରେ କେଉଁଠି ରଙ୍ଗ ବେରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି ତ କେଉଁଠି ଭାରି ଭାରି ଗହଣା ପିନ୍ଧିଛନ୍ତି । ସବୁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । କେବଳ ଏହି ଫଟୋ ନୁହେଁ ବାପା ସୈଫ ଅଲ୍ଲୀ ଖାନଙ୍କ ସହ ଥିବା ପିଲାବେଳ ସ୍ମୃତିକୁ ତାଜା କରିବା ପାଇଁ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ସେ ବାପାଙ୍କ ଗେଲ ହେଉଥିବା ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ ସେ ମାଆ ଅମ୍ରିତା ଓ ଭାଇ ଇବ୍ରାହିମଙ୍କ ସହ ହୋଲି ଖେଳୁଥିବା ଅବସରରେ ନଜର ଆସିଛନ୍ତି । ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।

ତାଙ୍କ ସାବତ ମାଆ କରିନା କାପୁର ଓ ପିଉସୀ ସୋହା ଅଲ୍ଲୀ ଖାନ ବି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । କରିନା ସୋସିଆଲ ମିଡିଆରେ ସୈଫ୍ ଓ ସାରାଙ୍କ ଏକ ଫଟୋ ପୋଷ୍ଟ କରି ଶଭେଚ୍ଛା ଜଣାଇଛନ୍ତି । କବେଳ ପରିବାର ଲୋକେ ନୁହଁନ୍ତି ବଲିଉଡର ଅନ୍ୟ ଅଭିନେତା ଅଭିନେତ୍ରୀ ଓ ତାଙ୍କ ଫ୍ୟାନ ମଧ୍ୟ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.