Latest Odisha News

BREAKING NEWS

ଶରତ କୁମାର ଦାସ ପାଇଲେ ‘ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୁବନେଶ୍ୱର ଭଞ୍ଜଭାରତୀ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ତ୍ରିଦିବସୀୟ ଓଡ଼ିଆ ସାହିତ୍ୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗୀତିକବି ଶରତ କୁମାର ଦାଶଙ୍କୁ ‘ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ଅନୁଷ୍ଠାନର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ପୋୖରହିତ୍ୟରେ ଆୟୋଜିତ ଏହି ସଭାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଲମ୍ବୋଦର ସାହୁ ଓ କୃଷ୍ଣ କେଶବ ଷଡ଼ଙ୍ଗୀ  ଯୋଗଦେଇଥିଲେ।

ଏହି ସାରସ୍ୱତ ସଭାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତାର ଆଧ୍ୟାତ୍ମିକ ଦିଗ ଓ ଦର୍ଶନ ସହ ସାମାଜିକ ମୂଲ୍ୟବୋଧ ଉପରେ ଅତିଥିମାନେ ବିଶ୍ଳେଷଣ କରିଥିଲେ।

ବିଜୟା ମିଶ୍ରଙ୍କ ସଂଯୋଜନା ଏବଂ ଅନୁଷ୍ଠାନର ସଦସ୍ୟଙ୍କ ପରିଚାଳନାରେ ଆୟୋଜିତ ହୋଇଥିବା ଏହି ସଭାରେ ଗୁରୁ ସୁକାନ୍ତ କୁଣ୍ଡୁ , ମହାପାତ୍ର ମିନତୀ ଭଞ୍ଜ ଓ ଜଗନ୍ନାଥ କୁଅଁରଙ୍କ ଦ୍ଵାରା ମେହେର ସଙ୍ଗୀତ ପରିବେଷଣ କରାଯାଇଥିଲା । ପରିଶେଷରେ ଶୈଳଜା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.