Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ସାରଥି ବାବାଙ୍କ ପୁଅ, ଆସିଲେନି ସାରଥୀ ବାବା

ପାରାଦୀପ: ବାହା ହେଲେ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳ । ଶନିବାର ବିଳମ୍ବିତ ରାତିରେ ପାରାଦୀପର ନୂଆଗଡ଼ ପଞ୍ଚାୟତର ବାଲିଡିଆ ଗାଁରେ ଧୁମଧାମରେ ବିବାହ ସମ୍ପନ୍ନ ହୋଇଛି । ଗ୍ରାମର ଅଶୋକ ସେନାପତିଙ୍କ ଝିଅଙ୍କୁ ସତ୍ୟ ବୈଦିକ ରୀତିନୀତିରେ ବିବାହ କରିଛନ୍ତି ।  ତେବେ ବାହାଘରକୁ ସାରଥୀ ଆସିବାର ସମ୍ଭାବନା ଥିବା ଚର୍ଚ୍ଚା ହୋଇଥିଲା । ମାତ୍ର ସାରଥୀଙ୍କୁ ଦେଖିବାକୁ ମିଳିନଥିଲା ।

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ । ତେବେ ସତ୍ୟମଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ବନ୍ଧୁ, ପରିଜନଙ୍କ ସହ ସତ୍ୟମ ପଟୁଆରରେ ଆସିବା ବେଳେ କିଛି ଲୋକ ସତ୍ୟମଙ୍କ ସହ ସେଲଫି ମଧ୍ୟ ନେଇଥିଲେ । ତେବେ ବାହାଘରରେ ୯୦ ଲକ୍ଷ ଟଙ୍କାର ଏକ ହୀରା ହାର ଉପହାରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

Comments are closed.