Latest Odisha News

BREAKING NEWS

ଏବେ ରାଜ୍ୟ ବାହାରେ ବାବା ସାରଥୀ !

କଟକ: ବାବା ଏବେ ରାଜ୍ୟ ବାହାରେ! ହାଇକୋର୍ଟରୁ ଜାମିନ ମିଳିବା ପରେ ଆତ୍ମଘୋଷିତ ବାବା ସାରଥୀ ଚୌଦ୍ୱାର କେନ୍ଦ୍ରୀୟ ଜେଲରୁ ମୁକୁଳିଥିଲେ । ବାବା ସାରଥୀ ଓରଫ ସନ୍ତୋଷ ରାଉଳ ରାଜ୍ୟ ବାହାରକୁ ଯାଇଥିବା କଥା ତାଙ୍କର ଓକିଲ ମାନସ ଚାନ୍ଦ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଓଡ଼ିଶା ହାଇକୋର୍ଟରୁ ବାବାଙ୍କୁ ସର୍ତ୍ତମୂଳକ ଜାମିନ କରାଯିବା ପରେ ଅଦାଲତ ତାଙ୍କୁ ତାଙ୍କର ଅନୁଗାମୀ, ଭକ୍ତ ତଥା ଗଣମାଧ୍ୟମ ସହିତ କୌଣସି ପ୍ରକାର ଆଲୋଚନା କରିପାରିବେ ନାହିଁ ବୋଲି ବାରଣ କରିଛନ୍ତି । ଏପରିକି ବାବା ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବାରିମୂଳ ଆଶ୍ରମରେ ପୂର୍ବପରି ଆଉ ପ୍ରବଚନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି କଟକଣା ରହିଛି ।

“ଜନସାଧାରଣଙ୍କ ସହିତ ସେ କଥାବାର୍ତ୍ତା କରିବା ନେଇ ବାରଣ ରହିଥିବା ଯୋଗୁଁ ସେ ରାଜ୍ୟ ବାହାରକୁ ଯିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି,” ବୋଲି ବାବା ସାରଥୀଙ୍କ ଓକିଲ ଶ୍ରୀ ଚାନ୍ଦ କହିଛନ୍ତି ।

ଇବାବା ରାଜ୍ୟ ବାହାରକୁ ଯାଇଥିବା କଥା ତଦନ୍ତକରୁଥିବା ପୋଲିସ ଅଧିକାରୀ ତଥା ହାଇକୋର୍ଟଙ୍କୁ ସବିଶେଷ ବିବରଣୀ ଦେଇଛନ୍ତି ବୋଲି ସେ ମଧ୍ୟ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଏସଡ଼ିଜିଏମ ଅଦାଲତ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିବା ପରେ ଚୌଦ୍ୱାର ସର୍କଲ୍ ଜେଲରୁ ଗୁରୁବାର ସନ୍ଧ୍ୟାରେ ମୁକୁଳିଥିଲେ । ବାରିମୂଳସ୍ଥିତ ଏହି ଆଶ୍ରମରେ ପ୍ରବେଶ କରିବାକୁ ଅଦାଲତଙ୍କ ପକ୍ଷରୁ ବାବାଙ୍କୁ ପ୍ରବେଶ ବାରଣ କରାଯାଇଛି ।

Leave A Reply

Your email address will not be published.