Latest Odisha News

BREAKING NEWS

ସ୍ୱର୍ଗତଃ ଅଭିନେତା ରବି ମିଶ୍ରଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ଟିଭି କଳାକାର ସଙ୍ଘ (ଓଟା) ତରଫରୁ ଭୁବନେଶ୍ୱର ସ୍ଥିତ ପଦ୍ମିନୀ ହୋଟେଲରେ ଦିବଂଗତ ଅଭିନେତା ରବି ମିଶ୍ର ଙ୍କର ଶ୍ରଦ୍ଧାଞ୍ଜଳୀ ସଭା ସଙ୍ଘର ସଭାପତି ଶ୍ରୀ ଉତ୍ତମ ମହାନ୍ତି ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।

ଟିଭି ଦୁନିଆ ର ବହୁ କଳାକାର ମାନେ ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗ ଦେଇ ସ୍ବର୍ଗତ ରବି ମିଶ୍ରଙ୍କର ଅଭିନୟ ଓ ତାଙ୍କର ଅବଦାନ ଅତୁଳନୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ କଳାକାର କେବେବି ଭୁଲିବନାହିଁ।

ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ।ରି ସଭାପତି ଶ୍ରୀ କେଦାର ମିଶ୍ର, ରୁଷି ପଟ୍ଟନାୟକ, ଭୁପତି ତ୍ରିପାଠୀ, କୀର୍ତ୍ତି ମହାନ୍ତି, ପ୍ରୀତିରାଜ ଶତପଥୀ, ଅନନ୍ତ ମିଶ୍ର, ଗୁନା ମହାପାତ୍ର, ବାପି ରାୟ ଯୋଗ ଦେଇଥିଲେ ଏବଂ ଶେଷରେ ସଙ୍ଘ ର ସମ୍ପାଦକ ଶ୍ରୀ ନରେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ରବି ମିଶ୍ରଙ୍କର ଝିଅ ଓ ଜୋଇଁ ମଧ୍ୟ୍ୟ ଯୋଗ ଦେଇଥିଲେ

Comments are closed.