ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ଟି କ୍ରିକେଟ ମ୍ୟାଚ ପାଇଁ ଭାରତ ଏ ଦଳର ଘୋଷଣା କରାଯାଇଛି । ଏଥିରେ ସର୍ଫରାଜ ଖାଁଙ୍କୁ ସୁଯୋଗ ମିଳିନି । ଯାହାକି ସମସ୍ତଙ୍କୁ ଚକିତ କରିଛି । ଏହି ସିରିଜ ପାଇଁ ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ପନ୍ତଙ୍କୁ ସୁଯୋଗ ଦେବା ପାଇଁ ଚୟନ କମିଟି ସର୍ଫରାଜଙ୍କୁ ଦଳରେ ସ୍ଥାନ ଦେଇ ନାହାନ୍ତି । ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ପନ୍ତ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରଠାରୁ ସର୍ଫରାଜ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି । ଅଷ୍ଟ୍ରେଲିଆ ଓ ପରେ ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ସୁଯୋଗ ମିଳିନି । ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଗୋଟିଏ ଶତକ ମାରିଥିବା ବେଳେ ଏହା ପରେ ୦,୧୧, ୯, ୦ ଓ ୧ ସ୍କୋର କରିଥିଲେ ।
ଏବେ ସର୍ଫରାଜଙ୍କୁ ଟିମ ଇଣ୍ଡିଆର ଜଣେ ପୂର୍ବତନ ଚୟନକର୍ତା ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ପାଇଁ ପରାମର୍ଶ ଦେଇଛନ୍ତି । ୫ ନମ୍ବର ସ୍ଥାନ ପାଇଁ ତାଙ୍କୁ ପନ୍ତ, ୱାଶିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ ଓ ଧ୍ରୁବ ଜୁରେଲଙ୍କ ସହ ମୁକାବିଲା କରିବାକୁ ପଡିବ । ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ହେଲେ ସର୍ଫରାଜଙ୍କୁ ତାଙ୍କ ଟେକନିକରେ ପରିବର୍ତନ କରିବାକୁ ପଡିବ । ସର୍ଫରାଜ ଏବେ କ୍ୟାରିୟରର ଦୋ ଛକିରେ ପଡି ଯାଇଛନ୍ତି । ତାଙ୍କ ନିକଟରେ ଏବେ ଗୋଟିଏ ବିକଳ୍ପ ରହିଛି, ତାହା ହେଉଛି ସୁଯୋଗ ହାତଛଡା ନ କରିବା । ଅନ୍ୟଥା ଭାରତୀୟ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇପଡିବ ।
Comments are closed.