Latest Odisha News

BREAKING NEWS

ସରୋଜ ବଳ ପାଇବେ ରାଜ୍ୟ ସ୍ତରୀୟ ‘ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ କବି ସରୋଜ ବଳ ମନୋନୀତ ହୋଇଛନ୍ତି। ୬ ଟି ଗଳ୍ପ ସଙ୍କଳନ, ୯ ଟି କବିତା ସଙ୍କଳନ ଓ ୨ଟି ଉପନ୍ୟାସର ସ୍ରଷ୍ଟା ଶ୍ରୀ ବଳ ଓଡ଼ିଆ ସାହିତ୍ୟ ଜଗତର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ।

ଆସନ୍ତା ନଭେମ୍ବର ୧୪ ରେ ହେବାକୁ ଥିବା ମହାବୀର ମହୋତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ସତ୍ୟ ନାରାୟଣ ସିଂହ ସୂଚନା ପ୍ରଦାନ କରିଛନ୍ତି।

Comments are closed.