Latest Odisha News

BREAKING NEWS

କରୋନା କଟକଣା: ୨ଟି ୱାର୍ଡକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

ଭଦ୍ରକ: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ତିହିଡି ଭାଟପଡା ପଂଚାୟତକୁ ୪୮ ଘଂଟା ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ସରପଂଚ ସ୍ୱର୍ଣ୍ଣମୟୀ ଜେନ୍ ଏହି ସଟଡାଉନ୍ ଘୋଷଣା କରିଛନ୍ତି ।

ଉକ୍ତ ପଞ୍ଚାୟତର ୨୦ ଓ ୨୧ ନମ୍ବର ଏହି ଦୁଇଟି ୱାର୍ଡ କୁ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରିବା ସହ ତିହିଡି ବଜାରକୁ ଆଜି ଦିନ ୧୨ ଟାରୁ ସନ୍ଧ୍ୟା ୭ ଟା ପର‌୍ୟ୍ୟନ୍ତ ବନ୍ଦ କରାଯାଇଛି । କେବଳ ଜରୁରୀ କାଳୀନ ପରିସ୍ଥିତିରେ ଔଷଧ ଦୋକାନ ଡାକ୍ତରଖାନା ଖୋଲା ରହିବ ।

ବର୍ତ୍ତମାନ କରୋନା ସଂକ୍ରମିତ ବଢ଼ିବାରେ ଲାଗିଛି। ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଲୋକଙ୍କ ସହ ଅବାଧରେ ମିଳାମିଶା କରୁଥିବାରୁ ପଞ୍ଚାୟତର କିଛି ଅଂଶକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

Comments are closed.