Latest Odisha News

BREAKING NEWS

ନିଆରା ନେତା: ନିର୍ବାଚନ ସମୟରେ ଦେଇଥିବା କଥା ରଖିଲେ

ଭବାନୀପାଟଣା: କଥା ଦେଇଥିଲେ, କଥା ରଖିଲେ । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ । ନେତାଙ୍କର ଏ କାମକୁ ଦେଖିବା ପରେ ଜନତା ବି ଭାରି ଖୁସି । ଅନେକ ଦିନର ସମସ୍ୟାର ସମାଧାନ ତ ହେଲା ।  ହେଲେ ସେ ବାଛିଥିବା ବ୍ୟକ୍ତି ଯେ ପ୍ରକୃତରେ ଜଣେ ସଚ୍ଚା ନେତା.. ଏହା ତାଙ୍କ ଖୁସିକୁ ଦ୍ୱିଗୁଣିତ କରି ଦେଇଛି । ଏ ନିଆରା ନେତା ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲଡ଼ ଅଧିନସ୍ଥ ଛିଳପା ପଞ୍ଚାୟତ ଯୁବ ସରପଞ୍ଚ ଵିଭୁଦତ୍ତ ପ୍ରଧାନୀ  ।

ନିର୍ବାଚନ ସମୟରେ ଅନେକ ନେତା ଅନେକ କଥା ଦେଇଥାନ୍ତି । ଏମିତି କରିଦେବୁ..ସେମିତି କରିଦେବୁ । ହେଲେ ଥରେ ଭୋଟ ପାଇଗଲା ପରେ କାହାରି ମନେ ପଡେନି ଦେଇଥିବା ପ୍ରତିଶ୍ରୁତି  କାର୍ଯ୍ୟକାରୀ କରିବାକୁ । ପ୍ରତିଶ୍ରୁତି କଥା ଛାଡ, ଯେଉଁ ଜନତାଙ୍କ ହାତ ଧରି ଭୋଟ ମାଗିଥିଲେ ସେମାନଙ୍କୁ ବି ଚିହ୍ନି ପାରନ୍ତି ନାହିଁ । ହେଲେ ସରପଞ୍ଚ ବିଭୁଦତ୍ତ ଏକ ବ୍ୟତିକ୍ରମ ।

ନିର୍ବାଚନ ସମୟରେ ସେ ପଞ୍ଚାୟତବାସୀଙ୍କୁ କଥା ଦେଇଥିଲେ,  ଜିତିଲେ ଗୋଡଭଞ୍ଜା ମୁଖ୍ୟ ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ଲଗାଇବେ । ସେ ନିର୍ବାଚନ  ଜିତିଥିଲେ । ଜିତିବା ପରେ ତାଙ୍କ କଥା ସେ ରଖିଛନ୍ତି ।  ରାସ୍ତାରେ ଷ୍ଟ୍ରିଟ ଲାଇଟ ଲଗାଇଛନ୍ତି ।  ଏହି ରାସ୍ତାଟି ବିଜୁ ଏକ୍ସପ୍ରେସ ୱେ ଏବଂ ଗୋଲେଇ ରାସ୍ତାକୁ ଲାଗି ରହିଛି । ଫଳରେ ଏଠାରେ ଦିନ ଅପେକ୍ଷା ରାତ୍ର ସମୟରେ ଭିଡ ବେଶି ହୋଇଥାଏ । ଏହି ରାସ୍ତା ଦେଇ ବଡ଼ ବଡ଼ ଗାଡ଼ି ଯାତାୟାତ କରିଥାଏ।

ଅନ୍ଧାର ଯୋଗୁ ଏହି ରାସ୍ତାରେ ଅନେକ ସମୟରେ  ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟୁଥିଲା। ଏହାକୁ ଗୁରୁତ୍ୱ ସହ ନେଇ ଆଜି ଏହି ରାସ୍ତାରେ ଷ୍ଟ୍ରିଟ ଲାଇଟ ଲଗାଇଛନ୍ତି ।   ରାସ୍ତା ଉଜ୍ଜ୍ୱଳ ହେବା ଯୋଗୁଁ  ଆଉ  ଦୁର୍ଘଟଣା ବେଶି ଘଟିବ ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରତିକ୍ରିୟାରେ କହିଛନ୍ତି ।   ସରପଞ୍ଚଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜିବୀ ସହରରେ ବେଶ ପ୍ରଶଂସା କରାଯାଇଛି ।

ଏ ନେଇ ସରପଞ୍ଚଙ୍କ ସହିତ ଯୋଗାଯୋଗ କରିଥିବାରୁ ସେ କହିଥିଲେ,  ଆଗାମୀ ଦିନରେ ମୋ ପଞ୍ଚାୟତର ସମସ୍ତ ଗ୍ରାମକୁ ବିଦ୍ୟୁତ କରଣ କରିବା ସହିତ ଗ୍ରାମକୁ ସଫା ରଖିବା ପାଇଁ କାମ କରିବି ।

 

Leave A Reply

Your email address will not be published.