Latest Odisha News

BREAKING NEWS

ଧ୍ୱଂସସ୍ତୁପ ତଳେ ହସିଲା ଜୀବନ; ୩୦ ଘଣ୍ଟା ପରେ ମା’ର ଗର୍ଭନାଡ କାଟି ନବଜାତକକୁ ଉଦ୍ଧାର କଲେ ମାମୁ

ଇସ୍ତାନବୁଲ: ମୃତ୍ୟୁ ଦାନବକୁ ମାତ ଦେଇ ହସୁଛି ଜୀବନ । ଚାରିଆଡେ ଧ୍ୱଂସସ୍ତୁପ, ହାହାକାର । ମାଟିତଳୁ ଶୁଭୁଛି ମୁମୂର୍ଷୂଙ୍କ ବଞ୍ଚିବା ପାଇଁ ଆକୁଳ ନିବେତନ । ସେପଟେ ପରିଜନଙ୍କୁ ହରାଇଥିବା ବ୍ୟକ୍ତିଙ୍କ ଛାତିପଟା କାନ୍ଦ ଆକାଶର ଛାତିକୁ ଥରାଇ ଦେଉଛି । ଆଉ ତା ଭିତରେ ହସି ହସି ଦୁନିଆକୁ ଆସୁଛି ଏକ କଅଁଳ ଶିଶୁ । ଏ କଅଁଳ ଶିଶୁର କୁଆଁ କୁଆଁ ଶବ୍ଦ ଶୁଣି  ଯେମିତି ମୃତ୍ୟୁର ହାତ ଫେରି ଯାଇଛି । ମନକୁ ଭିଜାଇ ଦେବା ପରି ଏ ଦୃଶ୍ୟ ହେଉଛି ଭୂକମ୍ପ ପୀଡିତ ସରିଆ ଏବଂ ତୁର୍କୀର  ।

ଭଗ୍ନସ୍ତୁପ ତଳୁ ଜୀବନ ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ ଦଳ । ଜୀଜାନ ଲଗାଇ ଦେଇଛନ୍ତି । ସାରା ବିଶ୍ୱ ବଢାଇ ଦେଇଛି ସହାୟତାର ହାତ । ଧ୍ୱଂସ ସ୍ତୁପ ତଳେ କାଳେ ଲୋକେ ବଞ୍ଚିଥିବେ ସେଥିପାଇଁ ଉଦ୍ଧାରକାରୀ ଟିମ ଖୁବ ସତର୍କତାର ସହ କାମ କରୁଛନ୍ତି । ସାଙ୍ଗରେ ମେଡିକାଲ ଟିମ ବି ଅଛନ୍ତି । ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାତିଦିନ ଏକ କରି  ଦେଇଛନ୍ତି ଉଦ୍ଧାରକାରୀ ଟିମ । ଉଦ୍ଧାର ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବି ଭାବୁକ କରିଦେବ ।

ଧ୍ୱଂସ ସ୍ତୁପ ତଳେ ଜଣେ ମହିଳା ନବଜାତକକୁ ଜନ୍ମ ଦେଇଛନ୍ତି । ନ୍ୟୁୟର୍କ ଟାଇମ୍ସ ସୂଚନା ଅନୁଯାୟୀ, ୩୪ ବର୍ଷୀୟ ଖଲିଲ ଅଲ ଶମୀ କହିଛନ୍ତି, ସୋମବାର ହୋଇଥିବା ଭୟାବହ ଭୂକମ୍ପରେ ସିରିଆର ଜିନ୍ଦେରସ ସହରରେ ଥିବା ତାଙ୍କ ଭାଇଙ୍କ ଘର ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି । ସେ ତାଙ୍କ ଭାଇ ଏବଂ ଅନ୍ୟ ପରିଜନଙ୍କୁ ଖୋଜିବା ପାଇଁ ଭଗ୍ନସ୍ତୁପକୁ ଆଡଉଥିଲେ । ସେ ଦେଖିଲେ, ସେଇ ଭଗ୍ନସ୍ତୁପ ତଳେ ତାଙ୍କ ଭାଉଜ ସନ୍ତାନ ପ୍ରସବ କରିଛନ୍ତି । ନବଜାତ ଶିଶୁଟି ମାଆର ଗର୍ଭନାଡା ସହ ଲାଗି ରହିଛି । ସେ ତୁରନ୍ତ ଗର୍ଭନାଡକୁ କାଟି ଦେଇଥିଲେ । ନବଜାତ ଶିଶୁଟି କାନ୍ଦିବାକୁ ଲାଗିଲା । ସେ ଖୁବ ସାବଧାନତାର ସହ ଶିଶୁଟିକୁ ବାହାରକୁ ଆଣିଥିଲେ । ପୁରା ଭଗ୍ନସ୍ତୁପ କାଢିବା ପରେ ଜାଣିବାକୁ ପାଇଥିଲେ, ତାଙ୍କ ଭାଉଜ ଆଉ ନାହାନ୍ତି । ଶିଶୁକୁ ସେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସୁରକ୍ଷିତ ଅଛି ।

ଖଲିଲଙ୍କ କହିବା ଅନୁଯାୟୀ, ତାଙ୍କ ଭାଉଜ ଗର୍ଭବତୀ ଥିଲେ । ଦିନେ ବା ଦୁଇଦିନ ଭିତରେ ପ୍ରସବ ହେବ ବୋଲି ଡାକ୍ତର କହିଥିଲେ । ହେଲେ ଏ ବିତ୍ପାତ ଭିତରେ ତାଙ୍କ ପ୍ରସବ ହୋଇଥିଲା । ଜନ୍ମର ପ୍ରାୟ ୩୦ ଘଣ୍ଟା ପରେ ଶିଶୁକନ୍ୟାଟିକୁ ସୁରକ୍ଷିତ ବାହାରକୁ ଅଣା ଯାଇଥିଲା ।

Leave A Reply

Your email address will not be published.