Latest Odisha News

ମହାଦେବ ବିଦ୍ରୋହୀ ପକ୍ଷରୁ ହେବାକୁ ଥିବା ସମ୍ମିଳନୀକୁ ଉତ୍କଳ ସର୍ବୋଦୟ ମଣ୍ଡଳର ବିରୋଧ

ପୁରୀ: ଗାନ୍ଧିବାଦୀ ଚିନ୍ତାଧାରାକୁ ଧୂଳିସାତ କରି ନିଜ ଲାଭ ଓ ଲୋଭ ପାଇ ପୁରୀରେ ହେବାକୁ ଥିବା ସମ୍ମିଳନୀକୁ ଉତ୍କଳ ସର୍ବୋଦୟ ମଣ୍ଡଳ ଏହାର ପ୍ରତିବାଦ କରିଛି। ଗାନ୍ଧୀଜୀଙ୍କ ଐତିହାସିକ ସାବରମତୀ ଆଶ୍ରମକୁ ଭାଙ୍ଗି ପାଇଁ ଗୁଜରାଟ ସରକାର ଚଳାଇଥିବା ଷଡ଼ଯନ୍ତ୍ରରେ ସାମିଲ ହୋଇ ବେନିୟମ ଭାବରେ ସରକାରଙ୍କୁ ଜମି ଯୋଗାଇ ଦେଇଥିବା ଛଦ୍ମ ଗାନ୍ଧୀବାଦୀ ମହାଦେବ ବିଦ୍ରୋହୀ ପୁରୀରେ ଆସନ୍ତା ଅକ୍ଟୋବର ୩୦ ଓ ୩୧ ସମ୍ମିଳନୀ ପାଇଁ ଯୋଜନା କରୁଛନ୍ତି। ଏହି ସମ୍ମିଳନୀ ପାଇଁ ଅନୁମତି ନଦେବା ସହ ଗାନ୍ଧୀବାଦୀ ସଚେତନ ହେବା ଆବଶ୍ୟକ।

ଏ ସମ୍ପର୍କରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ମହାଦେବ ବିଦ୍ରୋହୀ ଗାନ୍ଧୀବାଦୀ ନୁହଁନ୍ତି ଓ ତାଙ୍କୁ ସର୍ବୋଦୟ ମଣ୍ଡଳ କମିଟିର ବହିଷ୍କୃତ କରାଯାଇଥିବା ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। କେବଳ ଐତିହାସିକ ସାବରମତୀ ବିକ୍ରି ନୁହେଁ ବରଂ ସେ ବାରଣାସୀଠାରେ ରେଳ ବିଭାଗ ପକ୍ଷରୁ କ୍ରୟ କରାଯାଇଥିବା ତେର ଏହାର ସମ୍ପତ୍ତିକୁ ବିକ୍ରି କରିଦେଇଛନ୍ତି। ମହାଦେବ ବିଦ୍ରୋହୀ ସର୍ବ ସେବା ସଂଘର ଦାୟିତ୍ଵ ନେବା ପରେ ନିଜ ସ୍ବାର୍ଥ ପାଇଁ ଏହି ସମ୍ପତ୍ତିକୁ ବିକ୍ରି କରିଦେଇଛନ୍ତି। ଏହାପରେ ତାଙ୍କ ଲୋଲୁପ ଦୃଷ୍ଟି ପୁରୀରେ ପଡିଛି।

ମନ୍ଦ ଉଦ୍ଦେଶ୍ୟ ରଖି ସେ ପୁରୀରେ ଦୁଇ ଦିନ ସମ୍ମିଳନୀ କରିବାକୁ ଯୋଜନା କରିଛନ୍ତି। ସମସ୍ତେ ଏଥିପ୍ରତି ସଜାଗ ହେବାକୁ ବିଶିଷ୍ଟ ସର୍ବୋଦୟ ଗାନ୍ଧୀବାଦୀ ନେତ୍ରୀ ତଥା ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟା ମାଳତୀ ଦେବୀଙ୍କ ସୁକନ୍ୟା କୃଷ୍ଣା ମହାନ୍ତି କହିଛନ୍ତି। ଜାତିର ଜନକ ମହାତ୍ମା ଗାନ୍ଧୀ ଓଡିଶାକୁ ୮ ଥର ଆସି ଆମ ସମସ୍ତଙ୍କୁ ଗର୍ବିତ ତଥା ଓଡିଶା ମାଟିକୁ ଧନ୍ୟ କରିଛନ୍ତି। କିନ୍ତୁ ଗାନ୍ଧିବାଦୀ ଚିନ୍ତାଧାରାକୁ ଧୂଳିସାତ କରି ନିଜ ଲାଭ ଓ ଲୋଭ ପାଇ ପୁରୀରେ ସମ୍ମିଳନୀ ହେବାକୁ ଯାଇଥିବାରୁ ଉତ୍କଳ ସର୍ବୋଦୟ ମଣ୍ଡଳ ଏହାର ପ୍ରତିବାଦ କରିଛି।

Leave A Reply

Your email address will not be published.