Latest Odisha News

BREAKING NEWS

[ଭିଡ଼ିଓ] ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା

କଟକ : ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ପରିବେଶ । ମାଆଙ୍କର ପୂଜା ବେଶ ଧୁମଧାମରେ ଚାଲିଥିବା ବେଳେ ମଣ୍ଡପରେ ଆରମ୍ଭ ହୋଇଯାଇଛି ଷଷ୍ଠୀ ପୂଜା ଏବେ କୋଭିଡ଼ କଟକଣା ଭିତରେ ମାଆଙ୍କର ସମସ୍ତ ନୀତିକ୍ରାନ୍ତି କରାଯାଉଛି ।

ଶାରଦୀୟ ଦୂର୍ଗାପୂଜାରେ ଆଜି ଦେବୀପୀଠଗୁଡ଼ିକରେ ମା’ଙ୍କ ମହାସପ୍ତମୀ ପୂଜା ଓ ପୂଜା ମଣ୍ଡପଗୁଡ଼ିକରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ଆଜି ମଣ୍ଡପରେ ପୂଜାପାଇଁ ବିଲ୍ବବରଣି ହେବ ଓ ଆସନ୍ତାକାଲି  ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ । ସେହିପରି ବୁଧବାର ମହାଅଷ୍ଟମୀ, ଗୁରୁବାର ନବମୀ ଓ ଶୁକ୍ରବାର ବିଜୟା ଦଶମୀ ପୂଜା ଅନୁଷ୍ଠିତ ହେବ ।

କିନ୍ତୁ କରୋନା କଟକଣା ପାଇଁ ଆଜି ପୂଜାକୁ ନେଇ ଉତ୍ସାହ ନାହିଁ । ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ କେବଳ ବିଧିରକ୍ଷା ପାଇଁ ପୂଜା ହେଉଛି ।

ତେବେ ସରକାରଙ୍କ ପକ୍ଷରୁ ଜାରି କରୋନା ଗାଇଡଲାଇନ ଯୋଗୁଁ ଏଥର ବି ବିନା ଭକ୍ତରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ସେହିପରି ଆଜିଠାରୁ କଟକ ଓ ଭୁବନେଶ୍ବରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଏହି କଟକଣା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ତେବେ ପୂଜା ପୂର୍ବରୁ ମଣ୍ଡପ ଗୁଡିକରେ ମାଆଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦିଆଯାଇଥିଲା । ଖଡି ଦେବାରୁ ନେଇ ମେଢ ପର୍ଯ୍ୟନ୍ତ ଲାଗିପଡିଥିଲେ କାରିଗର …

 

Comments are closed.