Latest Odisha News

BREAKING NEWS

ଆଜି ମଣ୍ଡପରେ ଆବାର୍ଭାବ ହେବେ ଦେବୀ ଦୁର୍ଗା, ଶକ୍ତିପୀଠରେ ମହାସପ୍ତମୀ

ଭୁବନେଶ୍ୱର: ଜଗତଜନନୀଙ୍କ ଆଗମନ ପାଇଁ ଧରାପୃଷ୍ଠ ଚଳଚଞ୍ଚଳ । ଆଜି ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ତେବେ କରୋନା କଟକଣାରେ ହେବ ପୂଜାର୍ଚ୍ଚନା । କରୋନା ଯୋଗୁ ଏବର୍ଷ ଉତ୍ସାହ ଫିକା ପଡ଼ିଛି । କୋଭିଡ୍ ଗାଇଡଲାଇନରେ କେବଳ ରୀତିନୀତିରେ ଶକ୍ତୀମୟୀଙ୍କ ଆରାଧନା କରାଯିବ ।

ମଣ୍ଡପରେ ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଛି । ମଣ୍ଡପର ତିନିପଟରୁ ଆବଦ୍ଧ କରାଯିବ । ସାମନା ପଟରେ ଲଗାଇବେ ପରଦା । ୟୁଟ୍ୟୁବ ଜରିଆରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଲାଇଭ୍ ବ୍ୟବସ୍ଥା କରାଯାଇଛି ।

ସେପଟେ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ଆଜି ଶକ୍ତିପୀଠରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ କମ୍ପୁଛି ଦେବୀପୀଠ । ଘଣ୍ଟଘଣ୍ଟା, ବାଦ୍ୟ ସହ ଚଣ୍ଡୀପାଠରେ କମ୍ପୁଛି ଶକ୍ତିପୀଠ । କାଲି ମହାଷ୍ଟମୀ ଓ ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ ।

Leave A Reply

Your email address will not be published.