Latest Odisha News

BREAKING NEWS

ପରମାଣୁ କ୍ଷମତା ସମ୍ପନ୍ନ ବମ୍ବର ଜେଟ ମୁତୟନ କଲା ଚୀନ

ନୂଆଦିଲ୍ଲୀ: ଚୀନ ଚାଲାକି କରିବା ଛାଡୁ ନାହିଁ । ଏ ପଟେ ଶାନ୍ତି ପାଇଁ ଆଲୋଚନା ଅନ୍ୟ ପଟେ ଯୁଦ୍ଧ ପାଇଁ ପ୍ରସ୍ତୁତି । ମିଳିଥିବା ରିପୋର୍ଟ ମୁତାବକ ଚୀନ କାଶଗର ବିମାନ ବନ୍ଦରରେ ପରମାଣୁ କ୍ଷମତାସମ୍ପନ୍ନ ବମ୍ବର ଜେଟ ନିୟୋଜିତ କରିଛି । ସାଟେଲାଇଟ ଇମେଜରୁ ଏହା ଜଣାପଡିଛି । ଲଦ୍ଦାଖ ଅଂଚଳର ସୀମା ନିକଟରେ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଠୁଳ କରିବାରେ ଲାଗିଛି । ଇଂଟେଲିଜେନ୍ସ ସୋର୍ସ ଡେଟ୍ରେସଫା ସାଟେଲାଇଟ ଇମେଜରେ ଚୀନରୁ ଚୋରି ଧରାପଡିଛି ।

BjdElectrycity

ଚୀନ ଏଠାରେ ଏଚ-୬ ବମ୍ବର(ରେଂଜ ୬୦୦୦ କିଲୋମିଟର), ୧୨ ଶିୟାନ, ଜେଏଚ-୭ ଫାଇଟର ବମ୍ବର ମଧ୍ୟ ନିୟୋଜିତ କରିଛି । ଏହା ବ୍ୟତୀତ ଚୀନ ବାୟୁସେନା ୪ ଶେନୟାଗୋ, ଜେ୧୧/୧୬ ବିମାନ ମଧ୍ୟ ନିୟୋଜିତ କରିଛି । ଏହାର ରେଂଜ ୩୫୩୦ କିଲୋମିଟର ରହିଛି । ଚୀନର ଏହି ପଦକ୍ଷେପ ପରେ ଭାରତ କେଉଁ ରଣନୀତି ଆପଣାଉଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.