ଭୁବନେଶ୍ୱର: ଆଉ ଦୁଇଦିନ ପରେ ମହା ଶିବରାତ୍ରୀ । ଶନିବାର ହେବାକୁ ଥିବା ଜାଗର ପାଇଁ ପ୍ରଭୁ ଲିଙ୍ଗରାଜ ମନ୍ଦିର ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି । କେତେବେଳେ ହେବ ଦର୍ଶନ, କେତେବେଳେ ଉଠିବ ମହାଦୀପ ଆସନ୍ତୁ ଜାଣିବା ।
ସୂଚନା ମୁତାବକ, ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ ।
ରାତି ୩ଟାରୁ ପ୍ରଭୁଙ୍କର ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ । ଏହାପରେ ଭୋର ସାଢେ ୩ଟାରୁ ୧୧ଟା ଯାଏଁ ସାହାଣ ମେଲାଦର୍ଶନ ହେବ । ମଧ୍ୟାହ୍ନ ୧୨ଟାରେ ମହାସ୍ନାନ ହେବ ଏବଂ ଅପରାହ୍ନ ୩.୪୫ରୁ ୪.୪୫ ପର୍ଯ୍ୟନ୍ତ ପୁଣି ଘଣ୍ଟାଏ ଧରି ସାହାଣମେଲା ଦର୍ଶନ ହେବ । ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ପହୁଡ ପଡିବ । ସନ୍ଧ୍ୟା ଆଳତୀ, ମାଜଣା ଓ ଯାତ୍ରା ପୂଜା ହେବା ପରେ ରାତି ୧୦ଟାରେ ମହାଦୀପ ଉଠିବ ।
BREAKING NEWS
- ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ
- IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ
- Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…
- ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍ ଭଳି ଅନଲାଇନ୍ ଫୁଡ୍ ଡେଲିଭରି କର୍ମଚାରୀଙ୍କ ଧର୍ମଘଟ
- ଭାରତ ପାଇଁ ‘ସଂସ୍କାରର ବର୍ଷ’ ରୂପେ ସ୍ମରଣୀୟ ହୋଇ ରହିବ ୨୦୨୫
- Pralay Missile Test: ଚାନ୍ଦିପୁରରେ DRDO ପକ୍ଷରୁ ଦ୍ରୁତ କ୍ରମାଗତ ୨ଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
- ଜିରୋନାଇଟ୍ ଓ ନୂଆବର୍ଷ ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ, ସମୁଦ୍ର କୂଳରେ ୪୦୦ ଲାଇଫ୍ଗାର୍ଡ
- ଆରଏସଏସ ବିଚାରଧାରା ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବେ ସଂଜୟ
- ସ୍ବଚ୍ଛ ସହରରେ ଦୂଷିତ ପାଣି ସାଜିଲା କାଳ: ଇନ୍ଦୋରରେ ଗଲାଣି ୮ ଜଣଙ୍କର ପ୍ରାଣ, ଅନେକ ହସ୍ପିଟାଲରେ ଭର୍ତ୍ତି
- ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? କଣ କହୁଛି ଆମେରିକୀୟ ଥିଙ୍କ ଟ୍ୟାଙ୍କ୍…
Comments are closed.