Latest Odisha News

ସୁଇସ ଓପନ ବ୍ୟାଡମିଂଟନ: ସାତ୍ୱିକ-ଚିରାଗଙ୍କୁ ଡବଲ୍ସ ଟାଇଟଲ

ନୂଆଦିଲ୍ଲୀ: ଭାରତର ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ସୁଇସ ଓପନ ସୁପର ସିରିଜ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ସେମାନେ ଫାଇନାଲରେ ଚୀନ ଟ୍ୟାଙ୍ଗ କ୍ୱିୟାନ ଓ ରେନ ୟୁ ଯୋଡିଙ୍କୁ ୨୧-୧୯ ଓ ୨୪-୨୨ ସେଟରେ ପରାସ୍ତ କରିଥିଲେ । ୨ଟି ଯାକ ସେଟ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପୂର୍ବରୁ ସେମିଫାଇନାଲରେ ସାତ୍ୱିକ-ଚିରାଗ ଯୋଡି ଡେନମାର୍କର ନେ ଜେପେ ୱେ ଓ ଲେସେ ମୋହ୍ଲେଡେଙ୍କୁ ୧୫-୨୧, ୨୧-୧୧ ଓ ୨୧-୧୪ରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲେ । ପୂର୍ବରୁ ଭାରତର ପିଭି ସିନ୍ଧୁ, ଏଚଏସ ପ୍ରଣୟ, ଲକ୍ଷ୍ୟ ସେନ, କିଦାମ୍ବି ଶ୍ରୀକାନ୍ତ, ମିଥୁନ ମଂଜୁନାଥ ସେମାନଙ୍କ ମୁକାବିଲାରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇ ସାରିଛନ୍ତି ।

ସାତ୍ୱିକ-ଚିରାଗଙ୍କ ଯୋଗୁ ଭାରତର ସମ୍ମାନ ଏହି ଚାମ୍ପିୟନଶିପରେ ରହିପାରିଛି । ଏହା ସେମାନଙ୍କ କ୍ୟାରିୟରର ୫ମ ୱାର୍ଲ୍ଡ ଟୁର ଟାଇଟଲ । ଗତ ବର୍ଷ ଇଣ୍ଡିଆ ଓପନ ଓ ଫ୍ରେଂଚ ଓପନ ମଧ୍ୟ ସେମାନେ ଜିତିଥିଲେ । ସମ୍ପୂର୍ଣ୍ଣ ଚାମ୍ପିୟନଶିପରେ ସେମିଫାଇନାଲ ମୁକାବିଲାରେ ଭାରତୀୟ ଯୋଡିଙ୍କୁ କଡା ସଂଘର୍ଷ କରିବାକୁ ପଡିଥିଲା ।

Comments are closed.