ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଗୁରୁବାର ସେ ହଠାତ୍ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଦିଲ୍ଲୀ ଦୀନ ଦୟାଲ ଉପାଧ୍ୟୟା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତିହାର ଜେଲ୍ର ୱାଶ୍ରୁମ ସାଇଟ୍ରେ ଜୈନ୍ ଚେତାଶୂନ୍ୟ ହୋଇ ପଡ଼ିଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି କେଜରିୱାଲ୍ କହିଛନ୍ତି। ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କର ମେଡିକାଲ ଚେକ୍ଅପ କରାଯାଇଥିଲା। ତାଙ୍କୁ ମାନିସିକ ଚାପ ପଡ଼ୁଛି ବୋଲି ଜୈନ ଅଭିଯୋଗ କରିଥିଲେ।
ତିହାର ଜେଲ୍ର ଡିଜିଙ୍କ ସୂଚନା ଅନୁସାରେ ଜୈନ୍ ୭ ନମ୍ବର ସେଲ୍ରେ ରହୁଥିବା ବେଳେ ଆଜି ସକାଳେ ୬ ଟା ବେଳେ ୱାଶରୁମ ଭିତରେ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି ତାଙ୍କର ଏକାଧିକ ଟେଷ୍ଟ କରାଯାଇଛି। ତାଙ୍କ ମେରୁହାଡ଼ରେ ଆଘାତ ଲାଗିଥିବା ଡିଜି ସୂଚନା ଦେଇଛନ୍ତି। ଜୈନ୍ ଦୁର୍ବଳ ଅନୁଭବ କରୁଥିବା ଅଭିଯୋଗ କରିବା ପରେ ତାଙ୍କୁ ବିଶେଷ ନଜରରେ ରଖାଯାଉଛି। ତାଙ୍କ ଓଜନରେ ୩୫ କେଜି ହ୍ରାସ ହୋଇଛି ବୋଲି ଆମ ଆଦ୍ମୀ ପାର୍ଟି ସୂଚନା ଦେଇଛି।
ଅନ୍ୟପଟେ ଶ୍ରୀ ଜୈନ୍ଙ୍କର ଏଭଳି ଦୁରାବସ୍ଥା ପାଇଁ ଆପ୍ ବିଜେପିକୁ ଦାୟୀ କରି ସମାଲୋଚନା କରିଛି। ମୋଦୀ ସରକାରଙ୍କର ଅତ୍ୟାଚାରକୁ ଦିଲ୍ଲୀ ଓ ଦେଶର ଲୋକ ଦେଖୁଛନ୍ତି। ଭଗବାନ ଏହି ଅତ୍ୟାଚାରୀକୁ କେବେ କ୍ଷମା ଦେବନି ବୋଲି କେଜରିୱାଲ୍ ଟ୍ୱିଟ୍ କରିଛନ୍ତି।
Comments are closed.