Latest Odisha News

ସାଉଦି ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପେଶାୱାର: ପାକିସ୍ତାନର ପେଶାୱାର ବିମାନବନ୍ଦରରେ ସାଉଦି ଏୟାରଲାଇନ୍ସର ବିମାନ ନମ୍ବର ଏସଭି-୭୯୨ ଗୁରୁବାର ସକାଳେ ନିଆଁ ଲାଗିଯାଇଛି । ଏହି ବିମାନଟି ସାଉଦି ଆରବର ରାଜଧାନୀ ରିୟାଦରୁ ପେଶାୱାର ଆସିଥିଲା।

ସୂଚନା ଅନୁଯାୟୀ, ବିମାନର ଲ୍ୟାଣ୍ଡିଂ ଗିଅରରେ କୌଣସି କାରଣବଶତଃ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ବିମାନରେ ୨୭୬ ଜଣ ଯାତ୍ରୀ ଓ ୨୧ ଜଣ କ୍ରୁ ମେମ୍ବର ଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୌଭାଗ୍ୟବଶତଃ ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ତେବେ ବିମାନ ଅଘଟଣ ସମ୍ପର୍କରେ ସାଉଦି ଏୟାରଲାଇନ୍ସ ପକ୍ଷରୁ ଏକ ବିବ୍ଋତି ଜାରି କରାଯାଇଛି।

Comments are closed.