Latest Odisha News

ଚୀନକୁ ଭାରତଠାରୁ ବଡ ଝଟକା ଦେଲା ୟୁଏଇ, ବାତିଲ କଲା ୭୫ ହଜାର କୋଟି ଟଙ୍କାର ଚୁକ୍ତି

ନୂଆଦିଲ୍ଲୀ: ଭାରତଠାରୁ ଚୀନକୁ ବଡ ଝଟକା ଦେଇଛି ୟୁଏଇ । ରବିବାର ସାଉଦି ଆରବର ସରକାରୀ ତେଲ କମ୍ପାନୀ ସଉଦି ଅରାମକୋ ଚୀନ ସହିତ କରିଥିବା ୭୫ ହଜାର କୋଟି ଟଙ୍କାର ଚୁକ୍ତି ବାତିଲ କରିଛି । ଅରାମକୋ ଓ ଚୀନ ମିଳିତ ଭାବେ ଏକ ବଡ ଧରଣର ରିଫାଇନିଂ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସ କରିବା ନେଇ ଯୋଜନା ପ୍ରସ୍ତୁତ କରିଥିଲେ ।

BjdElectrycity

କରୋନା ଯୋଗୁ ତେଲ କମ୍ପାନୀଗୁଡିକ ପ୍ରଚୁର କ୍ଷତି ସହିବାକୁ ପଡୁଛି । ଏହା ଦେଖି ଅରମକୋ ଚୁକ୍ତି ବାତିଲ କରିବା ନେଇ ନିଷ୍ପତି ନେଇଛି । କରୋନା ଉପରେ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ପାଇଲା ପରେ ଏ ନେଇ ବିଚାର କରାଯିବ ବୋଲି ୟୁଏଇ କହିଛି । ଅରାମକୋ ଏ ନେଇ ବିଧିବଦ୍ଧ ଭାବେ କୌଣସି ମନ୍ତବ୍ୟ ଦେଇ ନାହିଁ । ଭାରତ ସରକାର ଓ ଅରମକୋ ମଧ୍ୟରେ ୭୫ ଅରବ ଡଲାରର ଚୁକ୍ତି ହୋଇଛି । ବର୍ତମାନ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.