Latest Odisha News

BREAKING NEWS

ଋଷିଆ ଉପରେ ସବୁଠୁ ବଡ଼ ଆଟାକ କଲା ୟୁକ୍ରେନ, ଆକ୍ରମଣ ଦେଖି ପୁଟିନ ତାଜୁବ

ନୂଆଦିଲ୍ଲୀ: ଋଷିଆ ଉପରେ ସବୁଠୁ ବଡ଼ ଆଟାକ କରି ପୂରା ବିଶ୍ୱକୁ ଚମକାଇଲା ୟୁକ୍ରେନ। ମସ୍କୋ ଭିତରେ ପଶି ‘ସ୍ପାଇଡର ଓ୍ୱେବ’ ଅପରେସନ ଆରମ୍ଭ କରିଛି ଜେଲେନସ୍କିଙ୍କ ଟିମ। ୟୁକ୍ରେନର ଜୋରଦାର ଆଟାକରେ ଥରହର ହେଲା ଋଷିଆ। ଏତବଡ଼ ଆକ୍ରମଣକୁ ଦେଖି ନିଜେ ତାଜୁବ ହୋଇଛନ୍ତି ଭ୍ଲାଦିମିର ପୁଟିନ୍ । ଋଷ୍‌ର ୪ଟି ଭିନ୍ନ ଏୟାରବେସ୍‌ରେ ଥିବା ୪୦ରୁ ଅଧିକ ସୈନ୍ୟ ବିମାନକୁ ଧ୍ୱଂସ କରିଛି ୟୁକ୍ରେନ। ଏପରି ଭୟଙ୍କର ସିକ୍ରେଟ ଆକ୍ରମଣ କରିଛି ୟୁକ୍ରେନର ସୁରକ୍ଷା ସର୍ଭିସ ଏଜେନ୍ସି। ସବୁଠୁ ବଡ଼ କଥା ହେଉଛି ଏହି ଆକ୍ରମଣ ଏକ ଟ୍ରକ୍‌ରୁ କରାଯାଇଥିଲା । ଯେଉଁଥିରେ FPV (ଫାର୍ଷ୍ଟ ପର୍ସନ ଭ୍ୟୁ) ଡ୍ରୋନ୍‌ଗୁଡ଼ିକୁ କରାଯାଇଥିଲା ବ୍ୟବହାର । ଏହି ଆକ୍ରମଣ ଏତେ ଘାତକ ଥିଲା ଯେ ଋଷ୍‌ର ରାଜଧାନୀ ମସ୍କୋକୁ ବିଲିୟନ ଡଲାରର କ୍ଷତି ହୋଇଥିବା ଦାବି କରିଛି ୟୁକ୍ରେନ।

‘କିଭ୍ ଇଣ୍ଡିପେଣ୍ଡେଣ୍ଟ’ ରିପୋର୍ଟ ଅନୁଯାୟୀ, ଗତ ଦେଢ଼ ବର୍ଷ ଧରି ଅତ୍ୟନ୍ତ ଗୁପ୍ତ ଭାବେ ଏହି ଅପରେସନର ଯୋଜନା କରୁଥିଲା ୟୁକ୍ରେନ। ଏମିତିକି ଅପରେସନକୁ ଖୋଦ୍ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହାପରେ ରଖିଥିଲେ ନଜର।  ଏହି ଆକ୍ରମଣ ଏତେ ସିକ୍ରେଟ ରଖାଯାଇଥିବା ଯେ ପୂରା ଫେଲ ମାରିଥିଲା ଋଷିଆର ଗୁଇନ୍ଦା ସଂସ୍ଥା। କୁହାଯାଉଛି ଆକ୍ରମଣର ଢେର ପୂର୍ବରୁ ଏହି ଡ୍ରୋନ୍‌ଗୁଡ଼ିକୁ ଋଷ୍‌ରେ ଗୁପ୍ତ ଭାବେ ପହଞ୍ଚାଇ ଦିଆଯାଇଥିଲା। ଟ୍ରକ୍‌ରେ ଲଗାଯାଇଥିବା କାଠ କେବିନ୍‌ର ଛାତ ତଳେ ଏହି ଡ୍ରୋନ୍‌ଗୁଡ଼ିକୁ ଲୁଚାଇ ରଖାଯାଇଥିଲା। ଆକ୍ରମଣ ସମୟରେ ଟ୍ରକ୍‌ର ଛାତକୁ ରିମୋଟ ମାଧ୍ୟମରେ ଖୋଲାଯାଇଥିଲା ଏବଂ ଡ୍ରୋନ୍‌ଗୁଡ଼ିକ ଅଳ୍ପ ଦୂରତା ଉଡ଼ି ରୁଷ୍‌ର ବିମାନଗୁଡ଼ିକୁ କରିଥିଲା ଧ୍ୱଂସ।

ଏହି ଆକ୍ରମଣ ୟୁକ୍ରେନର ଦୀର୍ଘ-ଦୂରତା ଆକ୍ରମଣ କ୍ଷମତାର ଏକ ବଡ଼ ପ୍ରମାଣ। ଗୁପ୍ତ ଭାବେ ଡ୍ରୋନ୍‌ଗୁଡ଼ିକୁ ରୁଷ୍ ମାଟିରେ ଏୟାରବେସ୍‌ଗୁଡ଼ିକୁ ଟାର୍ଗେଟ କରିଛି ୟୁକ୍ରେନ। ଯାହା ଏବେ ଯୁଦ୍ଧରେ ଏକ ନୂଆ ରଣନୀତିକୁ ଦିଗ ଦେଇଛି। ଏହା ଋଷ୍‌ର ସାମରିକ ଶକ୍ତିକୁ ଏକ ବଡ଼ ଧକ୍କା ଦେଇଛି ଏବଂ ଏହାର ପ୍ରଭାବ ଦୀର୍ଘ ସମୟ ପାଇଁ ରହିବ ବୋଲି ଅନୁମାନ କରାଯାଉଛି। ଏବେ ଋଷିଆର ପ୍ରତିଆକ୍ରମଣ ଉପରେ ରହିଛି ସମସ୍ତଙ୍କ ନଜର। ଆଉ ଏହି କଥା ଆମେ ଏଥିପାଇଁ କହୁଛୁ କାରଣ ଏପରି ଆକ୍ରମଣ ପରେ ଋଷିଆ ରାଷ୍ଟ୍ରପତି କରିଛନ୍ତି ଜରୁରୀ ବୈଠକ। ଏଥିରୁ ପୂରା ସ୍ପଷ୍ଟ ହେଉଛି ଯେ ଋଷିଆ ନିଶ୍ଚିତ ଭାବେ ଗୋଟିଏ ବଡ଼ ଆକ୍ରମଣର କରୁଛି ପ୍ଲାନ। ଆଉ ଯଦି ସତରେ ବଡ଼ ଆକ୍ରମଣ କରେ ଋଷିଆ ତେବେ ଦୁଇ ଦେଶର ଯୁଦ୍ଧ ଆହୁରି ତୀବ୍ର ହେବ। ଅନ୍ୟପଟେ ଏହାଉପରେ ଆମେରିକର ଭୂମିକା ଉପରେ ମଧ୍ୟ ସମସ୍ତଙ୍କ ରହିଛି ନଜର ।

Comments are closed.