ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ଏବର୍ଷ କରୋନା ଦାଉ ସାଧିଛି । ମନ୍ଦିର ପରିବେଶ ଫାଙ୍କା ଫାଙ୍କା । କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ନାହିଁ । କାଁ ଭାଁ କେଉଁଠି ମହିଳାମାନେ ଦେବାଳୟ ଯାଇଥିବା ଦେଖିବାକୁ ମିଳିଛି । କରୋନା ଯୋଗୁ ଘରେ ଘରେ ପୂଜାର୍ଚ୍ଚନା କରିବା ସହ ସାବିତ୍ରୀ ବ୍ରତ କରୁଛନ୍ତି ମହିଳା । ସ୍ୱାମୀଙ୍କ ଦୀର୍ଘ ସୁସ୍ଥତା ଓ ନିରାମୟ ଜୀବନ କାମନା କରି ବ୍ରତ ରଖିଛନ୍ତି ମହିଳା ।

ବିବାହ ପରେ ହିନ୍ଦୁ ନାରୀଙ୍କ ପାଇଁ ସାବିତ୍ରୀ ବ୍ରତ ଏକ ବଡ଼ ପର୍ବ । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଓ ବିଭିନ୍ନ ପ୍ରକା ଫଳମୂଳ ଧରି ପୂଜାର୍ଚ୍ଚନା କରାଯାଏ । ସାରା ଦିନ ଉପବାସ ରଖି ଥାଆନ୍ତି ମହିଳା । ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ପରମ୍ପରା ଅନୁସାରେ, ଏହି ଦିନ ସାବିତ୍ରୀ, ସତ୍ୟବାନ ଓ ଯମରାଜଙ୍କୁ ପୂଜା କରାଯାଇଥାଏ ।

କିମ୍ବଦନ୍ତୀ କହୁଛି ସାବିତ୍ରୀଙ୍କ ନିଷ୍ଠାପର ପୂଜାର୍ଚ୍ଚନା ଓ ପ୍ରାର୍ଥନା ଆଗରେ ହାର ମାନିଥିଲେ ଯମରାଜ । ସତ୍ୟବାନଙ୍କୁ ନୂଆ ଜୀବନଦାନ କରିଥିଲେ । ତେଣୁ ଏହି ଦିନ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା ଓ ବ୍ରତ ରଖି ଥାଆନ୍ତି ମହିଳା ।
BREAKING NEWS
- Free Broadcast time:ନିର୍ବାଚନ କମିଶନଙ୍କ ନୂଆ ପଦକ୍ଷେପ…ଦଳଗୁଡ଼ିକ ଡିଡି-ଆକାଶବାଣୀରେ ମାଗଣାରେ ପ୍ରଚାର କରିପାରିବେ
- ସରକାରୀ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମିତ ଯାଞ୍ଚ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ
- ଗୌତମଙ୍କୁ ପରାମର୍ଶ ଦେଲେ ଗାଙ୍ଗୁଲି ଅଯଥା ଗମ୍ଭୀର ହୁଅନି
- Kuki Zo Council chief’s home:ମଣିପୁରରେ ପୁଣି ଉତ୍ତେଜନା;କୁକି ନେତାଙ୍କ ଘର ଉପରେ ପଥର ମାଡ଼, ପୋଲିସର କାର୍ଯ୍ୟାନୁଷ୍ଠାନ
- ଡିଲ୍ ବେଳେ କଳାବାଘ ଛାଲ ଜବତ, ୯ ଗିରଫ
- ବୋଟ୍ରୁ ମାଛ ବାହାର କରିବା ବେଳେ ଅଘଟଣ; ନିର୍ଗତ ହେଲା ବିଷାକ୍ତ ଗ୍ୟାସ, ୨ମୃତ
- ରୋହିତ, କୋହଲିଙ୍କ ପରେ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନାପସନ୍ଦ କଲେ ଅକ୍ଷର ପଟେଲ
- Arrested for Spying:ବାୟୁସେନା ଷ୍ଟେସନରୁ ପାକିସ୍ତାନୀ ଗୁପ୍ତଚର ଗିରଫ; ପ୍ରତିରକ୍ଷା ସହ ଜଡିତ ସମ୍ବେଦନଶୀଳ ସୂଚନା ପଠାଉଥିଲା
- ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିଲେ ଝିଅ
- ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ
Comments are closed.