Latest Odisha News

BREAKING NEWS

ଦେଶର ସବୁଠାରୁ ଧନୀ ମହିଳା, ରାଜନୀତିରେ ମଧ୍ୟ ସବୁଠୁ ଆଗରେ

ନୂଆଦିଲ୍ଲୀ: ଚାଲିଛି ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି l ପ୍ରାରମ୍ଭିକ ପର୍ଯ୍ୟାୟରେ ହରିୟାଣାରେ ବିଜେପି ଆଗରେ ଥିବା ବେଳେ ଜମ୍ମୁକାଶ୍ମୀରରେ କଂଗ୍ରେସ ଆଗରେ ରହିଛି l ତେବେ ଆମେ ଆପଣଙ୍କୁ ଜଣେ ଏପରି ମହିଳାଙ୍କ ବିଷୟରେ ଜଣେଇବୁ ଯେ କି କେବଳ ରାଜନୀତିରେ ନୁହେଁ ବରଂ ଦେଶର ସବୁଠାରୁ ଧନୀ ମହିଳା ମଧ୍ୟ l

ଆଂଜ୍ଞା ହଁ ଆମେ କହୁଛୁ ହରିୟାଣାର ହିସାର ଜିଲ୍ଲାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ପ୍ରାର୍ଥୀନୀ ସାବିତ୍ରୀ ଜିନ୍ଦଲଙ୍କ ବିଷୟରେ l ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ କ୍ରମାଗତ ଭାବରେ ଆଗରେ ରହିଛନ୍ତି । କଂଗ୍ରେସର ରାମନିଭାସ ରାଡା ଦ୍ୱିତୀୟ ସ୍ଥାନରେ ଏବଂ ବିଜେପି ପ୍ରାର୍ଥୀ ଡକ୍ଟର କମଲ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି। ସାବିତ୍ରୀ ଜିନ୍ଦଲ ୩୮୩୬ ଭୋଟରେ ଆଗୁଆ ଅଛନ୍ତି। ତେବେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିର କମଲ ଗୁପ୍ତା ଏହି ଆସନରୁ ଜିତିଥିଲେ। ଏଥର ତାଙ୍କୁ ବିଜେପି ତରଫରୁ ଟିକେଟ ଦିଆଯାଇ ନଥିବରୁ ସେ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର କରିଥିଲେ। ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା l

୨୦୦୫ ମସିହାରେ ଜିନ୍ଦଲ ହିସାର ନିର୍ବାଚନ ମଣ୍ଡଳୀରୁ ହରିୟାଣା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ l ୨୦୦୯ ମସିହାରେ, ସେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ପୁନଃ ନିର୍ବାଚିତ ହୋଇଥିଲେ l ୨୦୦୫ରେ ହିସାର ଉପ-ନିର୍ବାଚନ ଜିତିବା ପରେ ସେ ଭୂବିନ୍ଦର ସିଂହ ହୁଡ୍ଡାଙ୍କ ନେତୃତ୍ବଧୀନ ହରିୟାଣା କଂଗ୍ରେସ ସରକାରରେ ୯ ବର୍ଷ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ହେଲେ ୨୦୧୪ରେ ରାଜ୍ୟ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କମଲ ଗୁପ୍ତାଙ୍କ ଠାରୁ ବିଧାନସଭା ନିର୍ବାଚନ ହାରି ଯାଇଥିଲେ । ଏବଂ ୨୯ ଅକ୍ଟୋବର ୨୦୧୩ ମସିହାରେ ସେ ହରିୟାଣା ସରକାରର କ୍ୟାବିନେଟ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ । ପରେ ୨୦୧୪ ମସିହାରେ ହରିୟାଣା ବିଧାନ ସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ​​ସେ ନିଜର ଆସନ ହରାଇଥିଲେ ।

ସାବିତ୍ରୀ ଜିନ୍ଦଲ ଭାରତର ସବୁଠାରୁ ଧନୀ ମହିଳା ଏବଂ ସେ ୨୦୧୬ ମସିହାର ୧୬ତମ ଧନୀ ଭାରତୀୟ ଅଟନ୍ତି । ତାଙ୍କର ସମ୍ପତ୍ତିର ମୂଲ୍ୟ ୪.୦ ବିଲିୟନ ଡଲାରରୁ ଅଧିକ l ସେ ମଧ୍ୟ ୨୦୧୬ ମସିହାରେ ଦୁନିଆର ୪୫୩ତମ ଧନୀ ମହିଳା ମଧ୍ୟ ଥିଲେ । ଫୋବର୍ସର ଶୀର୍ଷ ୧୦ ଧନୀ ଭାରତୀୟଙ୍କ ମଧ୍ୟରେ ସାବିତ୍ରୀ ଜିନ୍ଦଲ ଏକ ମାତ୍ର ମହିଳା । ସାବିତ୍ରୀଙ୍କ ଜିନ୍ଦଲଙ୍କ ସ୍ବାମୀ ତଥା ଜିନ୍ଦଲ ସମୂହର ସଂସ୍ଥାପକ ମୃତ୍ୟୁ ପରେ ଓପି ଜିନ୍ଦଲଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ ।

 

Leave A Reply

Your email address will not be published.