Latest Odisha News

ନାବାଳକଙ୍କୁ ଗାଡି ମନା: ଆଜିଠୁ ସାବଡ୍ ହେବେ ଅମାନିଆ

ଭୁବନେଶ୍ବର: ନାବାଳକଙ୍କୁ ଗାଡି ଚଲାଇବା ମନା । ଏହାକୁ ନେଇ ଆଜିଠୁ ଜୋରଦାର ଆରମ୍ଭ ହୋଇଛି ଚେକିଂ । ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭରେ ସମସ୍ତ ଗାଡି ଓ ଏହାର ଚାଳକଙ୍କୁ ଚେକିଂ କରାଯିବ । ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ  ଏଭଳି ପଦକ୍ଷେପ ଗ୍ରହଣ କହିଛନ୍ତି ରାଜ୍ୟ ସରକାର । ଯଦି ନାବାଳକ ଧରା ପଡନ୍ତି ତାହାଲେ ତାଙ୍କ ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ଏଫଆଇଆର ରୁଜ୍ଜୁ ହେବା ବୋଲି ସୂଚନା ଦେଇଛି ଏସଟିଏ ।

ସେପଟେ ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଚେକିଂ କଡାକଡି । ରାସ୍ତାରେ ଗାଡି ଅଟକାଇ ତନ ତନ ଯାଞ୍ଚ କରୁଛନ୍ତି ଏସଟିଏ ଅଧିକାରୀ । ଆଧର କାର୍ଡ, ଗାଡି ଲାଇସେନ୍ସ ସବୁ ପରଖୁଛନ୍ତି ।

Comments are closed.