ଫୁଲବାଣୀ: ଦୁର୍ନୀତି ଅଭିଯୋଗରେ ବନ୍ଧା ହେଲେ ଷ୍ଟେଟ ବ୍ୟାଙ୍କ ଡେପୁଟି ମ୍ୟାନେଜର । ଅର୍ଥନୈତିକ ଅପରାଧ ଶାଖା (EOW) ଫୁଲବାଣୀ ବ୍ରାଞ୍ଚର ଏହି ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ ଆସିଛି । ଇଓଡବ୍ଲୁ ତାଙ୍କୁ କଟକରୁ ଗିରଫ କରିବା ପରେ ତାଙ୍କ ବିରୋଧରେ ଦଫା ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ B ରେ ମାମଲା ରୁଜୁ ହୋଇଛି ।
EOW ର କହିବା ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫୁଲବାଣୀ ଶାଖାର ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଫିଲ୍ଡ ଅଫିସର ଦାୟିତ୍ୱରେ ବି ଥିଲେ । ଜାଲ କାଗଜପତ୍ର ଜାରିଆରେ ସେ ୫୯ ଜଣ(ଦରମାଧାରୀ) ଙ୍କୁ ଏକ୍ସପ୍ରେସ କ୍ରେଡିଟ ଲୋନ ଦେଇଥିଲେ । ସେହିପରି ୨୬ ଜଣ ପେନସନ ଓ ନନପେନସନଧାରୀଙ୍କ ଋଣ ମଞ୍ଜୁର କରିଥିଲେ ।
ଅଭିଯୋଗ ଅନୁସାରେ, ଜାଲିଆତି କରି ଡେପୁଟି ମ୍ୟାନେନଜର ୮, ୦୧,୮୭,୦୦୦ ଟଙ୍କାର ଏହି ଋଣ ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏଥିରେ ତାଙ୍କର ବାପା, ମା’ ଶ୍ୱଶୁର (ମୃତ) ମଧ୍ୟ ସାମିଲ ଥିଲେ । ୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ଏହି କାରବାର ହୋଇଥିଲା ।
ଜାଲ କାଗଜପତ୍ର ଜରିଆରେ ଏହି ଋଣ ଦିଆଯାଇଥିଲା । ଏପରିକି ଋଣ ନେଇଥବା ବ୍ୟକ୍ତିଙ୍କ ଅଗୋଚରରେ ଏସବୁ କାରବାର ହୋଇଥିଲା । ପରେ ଏହି ସବୁ ଟଙ୍କା ତାଙ୍କର ଅନ୍ୟ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଯାଇଥିଲା ।
Comments are closed.