Latest Odisha News

BREAKING NEWS

ପିଏମ କେୟାର ପାଣ୍ଠିକୁ ଏସବିଆଇ କର୍ମଚାରୀଙ୍କ ୨ ଦିନର ବେତନ ଦାନ

ମୁମ୍ବାଇ: କୋଭିଡ଼-୧୯ର ମୁକାବିଲା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨ ଲକ୍ଷ ୫୬ ହଜାର କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ୨ ଦିନର ବେତନ ଦାନ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଫଳରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଗଠନ କରାଯାଇଥିବା ପିଏମ କେୟାର ଫଣ୍ଡକୁ ବ୍ୟାଙ୍କର କର୍ମଚାରୀମାନେ ୧୦୦ କୋଟି ଟଙ୍କା ପ୍ରଦାନ କରିବେ ।

ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ, ପିଏମ କେୟାର ଫଣ୍ଡକୁ ୨ ଦିନର ବେତନ ଦାନ ପାଇଁ ବ୍ୟାଙ୍କର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା ଆମ ପାଇଁ ଗର୍ବର ବିଷୟ । କୋଭିଡ଼-୧୯ ସଂକ୍ରମଣ ବିରୋଧରେ ମିଳିତ ସଂଗ୍ରାମ ହିଁ ବର୍ତମାନ ସମୟର ଆହ୍ୱାନ ଓ ଆବଶ୍ୟକତା ।

ସମସ୍ୟାର ମୁକାବିଲା ପାଇଁ ସରକାରଙ୍କ ସମସ୍ତ ଉଦ୍ୟମ ପ୍ରତି ଏସ୍‌ବିଆଇ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି । ବର୍ତମାନର ସଂକଟରେ ଏସ୍‌ବିଆଇ ଦେଶରେ ନିଜ ଗ୍ରାହକଙ୍କୁ ଯେତେ ଉନ୍ନତ ସମ୍ଭବ ବ୍ୟାଙ୍କ ସେବା ଯୋଗାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିସହ ବ୍ୟାଙ୍କ କୋଭିଡ଼-୧୯ ସଂକ୍ରମଣ ମୁକାବିଲା ପାଇଁ ଚାଲିଥିବା ସଂଗ୍ରାମରେ ସାଧାରଣ ଜନତାଙ୍କ ପ୍ରତି ସହାୟତାର ହାତ ବଢ଼ାଇବ ।

Leave A Reply

Your email address will not be published.