Latest Odisha News

ବ୍ୟାଙ୍କ ମ୍ୟାନେଜରଙ୍କୁ କରୋନା; ସିଲ୍ ହେଲା ଏସବିଆଇର ୨ ବ୍ରାଞ୍ଚ ଅଫିସ୍

ପାରଳାଖେମୁଣ୍ଡି: ବ୍ୟାଙ୍କ ମ୍ୟାନେଜର କରୋନା ପଜିଟିଭ ଚିହ୍ନଟ ହେବା ପରେ ପାରଳାଖେମୁଣ୍ଡିରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ମୁଖ୍ୟ ଶାଖା କାର୍ଯ୍ୟାଳୟ ଏବଂ ଗଜପତି ଜିଲ୍ଲା ବଜାର ଅଞ୍ଚଳରେ ଥିବା ଅନ୍ୟ ଏକ ଶାଖାକୁ ଗୁରୁବାର ଦିନ ସିଲ୍ କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ଯେ ଏସବିଆଇ ମୁଖ୍ୟ ଶାଖା ପରିଚାଳକ କିଛି ଦିନ ପୂର୍ବରୁ ଅସୁସ୍ଥ ହେବା ପରେ ଭୁବନେଶ୍ୱରରେ ରହିଥିଲେ। ଭୁବନେଶ୍ୱର ରେ ରହିବା ସମୟରେ ସେ କୋଭିଡ ପରୀକ୍ଷା ଦେଇଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା।

ଯେହେତୁ ଏସବିଆଇ ମ୍ୟାନେଜର ପାରଳାଖେମୁଣ୍ଡିର ଉଭୟ ଶାଖା ପରିଦର୍ଶନ କରୁଥିଲେ, ସେଥିପାଇଁ ଲୋକଙ୍କ ପ୍ରବେଶକୁ ରୋକିବା ପାଇଁ ଉଭୟ କାର‌୍ୟ୍ୟାଳୟକୁ ସିଲ୍ କରାଯାଇଛି। ଏହାଛଡା ବ୍ୟାଙ୍କର ଦୁଇଟି ଶାଖାକୁ ସାନିଟାଇଜ କରିବା ଲାଗି ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇଟି ଏସବିଆଇ କାର‌୍ୟ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନ ପଠାଯାଇଛି ଏବଂ ସେମାନଙ୍କୁ କୋଭିଡ ଟେଷ୍ଟ କରାଇବାକୁ ମଧ୍ୟ କୁହାଯାଇଛି।

Comments are closed.