Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବିମାନର ମଝି ସିଟ୍ ଫାଙ୍କା ରଖ

ନୂଆଦିଲ୍ଲୀ: ଦୁଇ ମାସ ପରେ ଆଜିଠୁ ଆରମ୍ଭ ହୋଇଛି ବିମାନ ସେବା । ତେବେ ଏହାରି ଭିତରେ ବିମାନ ସେବାକୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆଗାମୀ ୧୦ ଦିନ ପର‌୍ୟ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ନିଜ ପୂର୍ଣ୍ଣକ୍ଷମତାରେ ଯାତ୍ରୀ ଆଣିପାରିବେ ଓ ୧୦ ଦିନ ପରେ ମଝି ସିଟ୍ ବୁକିଂ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସାମାଜିକ ଦୂରତାର ଉଦାହରଣ ଦେଇ ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ଏକମାତ୍ର ମାଧ୍ୟମ । ଏ ଦିଗରେ ସମସ୍ତଙ୍କ ସାଧାରଣ ଜ୍ଞାନ ରହିବା ଦରକାର । ଏୟାର ଇଣ୍ଡିଆ ବିମାନର ମଝି ସିଟ୍ ବୁକିଂ ପାଇଁ ଜୁନ୍ ୬ ଯାଏ ତାରିଖ ଧାର୍ଯ୍ୟ କରାଯାଇଛି । ଏହାପରେ ବିମାନର ମଝି ସିଟ୍‌କୁ ସମସ୍ତେ ଫାଙ୍କା ରଖିବାକୁ ବାଧ୍ୟ । ଆନ୍ତର୍ଜାତୀୟ ବିମାନ ସେବା ପାଇଁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ବିମାନରେ ସାମାଜିକ ଦୂରତାକୁ ଧ୍ୟାନ ଦିଆଯାଉନାହିଁ ଓ ସବୁ ସିଟରେ ଯାତ୍ରୀଙ୍କୁ ବସାଯାଉଛି ବୋଲି ଏକ ଆବେଦନ ବମ୍ବେ ହାଇକୋର୍ଟରେ ଦାଏର କରାଯାଇଥିଲା । ଆବେଦନକର୍ତ୍ତା ଏଥିରେ ଏୟାର ଇଣ୍ଡିଆକୁ ମିଡିଲ ସିଟ୍ ବୁକ୍ ନକରିବା ପାଇଁ ଆଦେଶ ଦେବାକୁ ନିବେଦନ କରିଥିଲେ । ବମ୍ବେ ହାଇକୋର୍ଟ ଆବେଦନ ଉପରେ ଶୁଣାଣି କରି,ଏୟାର ଇଣ୍ଡିଆକୁ ମିଡିଲ୍ ସିଟ୍ ବୁକ୍ ନକରିବା ପାଇଁ ଆଦେଶ ଦେଇଥିଲେ । ଯାହା ବିରୋଧରେ କେନ୍ଦ୍ର ସରକାର ଓ ଏୟାର ଇଣ୍ଡିଆ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Leave A Reply

Your email address will not be published.