Latest Odisha News

BREAKING NEWS

୨୧ରେ ସୁପ୍ରିମକୋର୍ଟ କମିଟି ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୫୫ ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ହେଲେ ଏଯାଏ ସମସ୍ୟାର ହୋଇପାରୁନି ସମାଧାନ । ଆଜି ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ସଦସ୍ୟ । ହେଲେ ପ୍ରଥମ ଦିନରେ କୌଣସି ନିଷ୍କର୍ସ ବାହାରି ନଥିବା ବେଳେ ଆସନ୍ତା ୨୧ ତାରିଖରେ ଆଉ ଏକ ବୈଠକ ବସିବ । ସମସ୍ତ ସଙ୍ଗଠନ ସହ ଆଲୋଚନା ପରେ ଏହାର ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦିଆଯିବ ବୋଲି କହିଛନ୍ତି ସଦସ୍ୟମାନେ ।

ସେହିପରି ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନେଇ ଦିଲ୍ଲୀ ପୋଲିସ ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବୈଠକରେ ଏନେଇ ଆଲୋଚନା ହେବ । ଦିଲ୍ଲୀ ଲାଲକିଲ୍ଲା ପରିବର୍ତ୍ତେ ରିଙ୍ଗ ରୋଡରେ ଶାନ୍ତିପୂର୍ଣ୍ଣ ଭାବେ ଗଣତନ୍ତ୍ର ଦିବସରେ ପରେଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଙ୍ଗଠନ ।

ସେହିପରି ବୁଧବାର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ହେବ ଦଶମ ରାଉଣ୍ଡ ଆଲୋଚନା । ଯେ ପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ନହୋଇଛି, ସ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି କୃଷକ ସଙ୍ଗଠନ ।

Leave A Reply

Your email address will not be published.