Latest Odisha News

ଶମ୍ଭୁ ବର୍ଡର ଟ୍ରାକ୍ଟର ପାର୍କିଂ ପାଇଁ ନୁହେଁ; କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶମ୍ଭୁ ବର୍ଡରକୁ ଆଂଶିକ ଭାବେ ଖୋଲିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆମ୍ବୁଲାନ୍ସ, ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀଙ୍କ ପାଇଁ ରାଜପଥ ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜପଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଲେନ୍ ଖୋଲାଯାଉ ବୋଲି କୋର୍ଟ କହିଛନ୍ତି।

କୋର୍ଟ ଏନେଇ ହରିୟାଣା ଏବଂ ପଞ୍ଜାବର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସପ୍ତାହ ମଧ୍ୟରେ ଏକ ବୈଠକ କରି ବର୍ଡର ଖୋଲିବା ନେଇ ଏକ ରୂପରେଖ ପ୍ରସ୍ତୁତ କରିବାକୁ କହିଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨ରେ ହେବ।

ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଲୋକଙ୍କ ପାଇଁ ଶମ୍ଭୁ ସୀମାର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଲେନ୍ ଖୋଲାଯାଇପାରିବ।

କୋର୍ଟ ଆହୁରି ମଧ୍ଯ କହିଛନ୍ତି ଯେ ରାଜପଥ ଟ୍ରାକ୍ଟର ପାର୍କିଂ ପାଇଁ ନୁହେଁ। କୋର୍ଟ ହରିୟାଣା ଏବଂ ପଞ୍ଜାବର ଡିଜିପିମାନଙ୍କୁ ଏକ ସପ୍ତାହ ମଧ୍ୟରେ ସାକ୍ଷାତ କରିବାକୁ ଏବଂ ସୀମା ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି। ସୀମା ବନ୍ଦ ହେବା ଯୋଗୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Comments are closed.