Latest Odisha News

ବୁଲଡୋଜର ଆକ୍ସନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲଡୋଜର ଆକ୍ସନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ମଙ୍ଗଳବାର ଦିନ ଶୁଣାଣି କରି ଅକ୍ଟୋବର ୧ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲଗାଇଛନ୍ତି କୋର୍ଟ। ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଜାରି କହିଛନ୍ତି।

କେବଳ ବ୍ୟକ୍ତିଗତ ଘର କିମ୍ବା ଘରୋଇ ସଂସ୍ଥାରେ ବୁଲଡୋଜର ଆକ୍ସନ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ସମୟରେ କୋର୍ଟ କହିଛନ୍ତି, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆମର ବିନା ଅନୁମତିରେ କାହାରି ଘର ପ୍ରଶାସନ ଭାଙ୍ଗି ପାରିବ ନାହିଁ । ଏପରିକି ନିର୍ବାଚନ କମିଶନଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ତାଗିଦ ମଧ୍ଯ କରାଯାଇଥିବା ଜଣାପଡିଛି। ଉତ୍ତର ପ୍ରଦେଶ ସହିତ ବହୁ ରାଜ୍ୟରେ ବୁଲଡୋଜର ଆକ୍ସନ ବିରୋଧରେ ଦାଖଲ ଜମିୟତ ଉଲେମା-ଇ-ହିନ୍ଦର ଆବେଦନ ଉପରେ ଶୁଣାଣି କରି କୋର୍ଟ ଏଭଳି କହିଛନ୍ତି।

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୋର୍ଟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଉଚ୍ଛେଦ କରାଯାଉ। କୋର୍ଟ କହିଛନ୍ତି ଯେ ରାସ୍ତାଘାଟ, ଜଳସମ୍ପଦ, ଫୁଟପାଥ, ରେଳ ଲାଇନ ଇତ୍ୟାଦିରେ ବେଆଇନ ଭାବେ ନିର୍ମାଣ ହୋଇଥିଲେ ସେସବୁ ଉଚ୍ଛେଦ ହୋଇପାରିବ।

Comments are closed.