Latest Odisha News

BREAKING NEWS

ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାକୁ ରାଜ୍ୟମାନଙ୍କୁ ୧୫ ଦିନର ମହଲତ ଦେଲେ ସୁପ୍ରିମକୋର୍ଟ

ଆସନ୍ତା ୧୫ ଦିନ ମଧ୍ୟରେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ  । ଦେଶର ସର୍ବୋଚ୍ଚ କୋର୍ଟରେ ଦାଖଲ ହୋଇଥିବା ଏକ ପିଆଇଏଲର ଶୁଣାଣି କରି ଆଜି ରାଜ୍ୟମାନଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି  । ଏହିଛଡ଼ା ସମସ୍ତ ପ୍ରବାସୀଙ୍କର ରେଜିଷ୍ଟ୍ରେସନ କରିବାକୁ ମଧ୍ୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ  ।

୧୫ ଦିନ ମଧ୍ୟରେ ପ୍ରବାସୀ ମାନଙ୍କର ଯିବା ଆସିବାର ସମସ୍ତ ବ୍ୟବସ୍ଥା କରିବେ ରାଜ୍ୟ ସରକାର  । ତାସହ ସେମାନଙ୍କୁ ରୋଜଗାର ସହ ସବୁ ପ୍ରକାରର ରିଲିଫ୍ ଯୋଗାଇବା ନିଶ୍ଚିତ କରିବେ ରାଜ୍ୟ ସରକାର  । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ କୋଟି ପ୍ରବାସୀ ଶ୍ରମିକଙ୍କର ପରିବହନ ବ୍ୟବସ୍ଥା କରିଛନ୍ତି ସରକାର  ।  ଯେଉଁଥିରୁ ସଡ଼କ ପଥରେ ପ୍ରାୟ ୪୧ ଲକ୍ଷ ଓ ଟ୍ରେନ ଯୋଗେ ପ୍ରାୟ ୫୭ ଲକ୍ଷ ଶ୍ରମିକ ସେମାନଙ୍କ ରାଜ୍ୟକୁ ଯାଇଥିବା କୋର୍ଟଙ୍କୁ କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା  ।

ଗତ ମେ ୧ରୁ କେନ୍ଦ୍ର ସରକାର ରାଜ୍ୟ ରାଜ୍ୟ ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଛନ୍ତି  । ଯାହାକି ପ୍ରବାଶୀ ଶ୍ରମିକଙ୍କ ପରିବହନର ଏକ ମୁଖ୍ୟ ମାଧ୍ୟମ ପାଲଟିଛି  ।

Comments are closed.