Latest Odisha News

ରାଜ୍ୟର ବିନା ଅନୁମତିରେ ତଦନ୍ତ କରିପାରିବନି ସିବିଆଇ

ମୁମ୍ବାଇ: ସନ୍ଦେଶଖାଲି ମାମଲାର ତଦନ୍ତ ଉପରେ ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ବିଜୟ। ରାଜ୍ୟର ବିନା ଅନୁମତିରେ ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର CBI ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଜି ଏ ସମ୍ପର୍କିତ ମାମଲା ଉପରେ ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ।

ତେବେ ଅଗଷ୍ଟ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଉଲ୍ଲେଖଯୋଗ୍ୟ, କଲିକତା ହାଇକୋର୍ଟ ସନ୍ଦେଶଖାଲି ରାସନ ସ୍କାମ ଓ ଜମି ହଡ଼ପ ମାମଲା ସହ ଜଡ଼ିତ ସମସ୍ତ ୪୨ଟି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ।
ସେହିପରି ଏହି ମାମଲାରେ ଟିଏମସି ନେତା ଶେଖ ଶାହାଜାହାନ ଗିରଫ ହୋଇଛନ୍ତି। କିନ୍ତୁ ଏହି  ମାମଲା ଉପରେ ସିବିଆଇ ତଦନ୍ତକୁ ବିରୋଧ କରୁଛନ୍ତି ରାଜ୍ୟ ସରକାର। ତେବେ ଏହାକୁ ବିରୋଧ କରି ପଶ୍ଚିମବଙ୍ଗ ସରକାର ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Comments are closed.