Latest Odisha News

BREAKING NEWS

ମୁଣ୍ଡରେ ଅଳିଆ ଭରି ରହିଛି; ରଣବୀର ଆଲ୍ଲହବାଦିଆଙ୍କୁ କୋର୍ଟଙ୍କ ଭର୍ତ୍ସନା…

ନୂଆଦିଲ୍ଲୀ: ସମୟ ରୈନାଙ୍କ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ୟୁଟ୍ୟୁବର ରଣବୀର ଆଲ୍ଲହବାଦିଆଙ୍କ ଅଶ୍ଳୀଳ ଥଟ୍ଟା ମାମଲାରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି।

ଶୋ’ରେ ରଣବୀର ଦେଇଥିବା ବୟାନ ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସେମାନଙ୍କ ମୁଣ୍ଡରେ ଅଳିଆ ଭରି ରହିଛି। ଏପରି ବ୍ୟକ୍ତିଙ୍କ ମାମଲା ଆମେ କାହିଁକି ଶୁଣିବୁ? ଲୋକପ୍ରିୟ ହେବାର ଅର୍ଥ ଏହା ନୁହେଁ ଯେ ଆପଣ ଯେ କୌଣସି କମେଣ୍ଟ ଦେଇପାରିବେ। ତୁମେ ମାନେ ପିତାମାତାଙ୍କୁ ଅପମାନ କରୁଛ। ତୁମ ମାନଙ୍କ ବିକୃତ ମାନସିକତା ପାଇଁ ସମଗ୍ର ସମାଜ ଲଜ୍ଜିତ।

ଅପରପକ୍ଷରେ କୋର୍ଟଙ୍କ ବିନା ଅନୁମତିରେ ରଣବୀର ଦେଶ ବାହାରକୁ ଯାଇପାରିବେ ନାହିଁ। ଖୁବଶୀଘ୍ର ଥାନାରେ ତାଙ୍କ ପାସପୋର୍ଟ ଦାଖଲ କରିବାକୁ ମଧ୍ଯ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଗରିଫଦାରୀ ନେଇ ରଣବୀରଙ୍କୁ ସାମାନ୍ଯ ଆଶ୍ବସ୍ତି ମିଳିଛି।

ଉଲ୍ଲେଖଯୋଗ୍ୟ, ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ପିତା-ମାତାଙ୍କୁ ନେଇ କଟାକ୍ଷ ଏବଂ ଅଭଦ୍ର ଟିପ୍ପଣୀ କରି ଫସିଛନ୍ତି ରଣବୀର। ଯାହାପରେ ତାଙ୍କର ନାଁରେ ବିଭିନ୍ନ ସ୍ଥାନରୁ ମାମଲା ରୁଜୁ ହୋଇଥିଲା। ଏହିସବୁ ମାମଲାକୁ ରଦ୍ଦ କରିବା ପାଇଁ ୟୁଟ୍ୟୁବର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Comments are closed.