Latest Odisha News

BREAKING NEWS

ଆସିଲା ସୁପ୍ରିମ ରାୟ; ପୁନଃପରୀକ୍ଷା ହେବନି

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲା। ପୁନଃପରୀକ୍ଷା କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି କରାଯାଇଥିଲା।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ଆବେଦନ ଉପରେ ବିଚାର କରି ପୁନଃପରୀକ୍ଷା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ତେବେ ଏହା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଛି ବୋଲି କୋର୍ଟ ପ୍ରକାଶ କରିଛନ୍ତି।

କୋର୍ଟ ଆହୁରି ମଧ୍ଯ କହିଛନ୍ତି ଯେ, ଜାତୀୟ ପରୀକ୍ଷା ଏଜେନ୍ସି ଏବଂ ଆଇଆଇଟି ମାଡ୍ରାସଙ୍କ ଯାଞ୍ଚ ରିପୋର୍ଟ ଆସିଛି। ସେଥିରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ପ୍ରମାଣ ନାହିଁ।

ଉଲ୍ଲେଖଯୋଗ୍ୟ, ଜୁନ ୪ ତାରିଖରେ ନିଟ୍ ରେଜଲ୍ଟ ଆସିବା ପରେ ପେପର ଲିକକୁ ନେଇ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ସାମ୍ନାକୁ ଆସିଥିଲା।ପାଟନାରେ ହୋଇଥିବା ପେପର ଲିକ୍‍ ମାମଲାରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି।

Comments are closed.