Latest Odisha News

BREAKING NEWS

କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୋଧରେ ବିବାଦୀୟ ବୟାନ; ମନ୍ତ୍ରୀ ବିଜୟ ଶାହଙ୍କ କ୍ଷମା ପ୍ରାର୍ଥନା ଖାରଜ

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ ‘ଆତଙ୍କବାଦୀଙ୍କ ଭଉଣୀ’ ବୋଲି କହି ହଟହଟା ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କୁନୱର ବିଜୟ ଶାହ। ଏପରିକି ସୋମବାର ତାଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଖାରଜ ମଧ୍ୟ କରିଦେଇଛନ୍ତି।

ଜଷ୍ଟିସ ସୂର୍ଯ୍ୟକାନ୍ତ ବିଜେପି ନେତାଙ୍କୁ ଭର୍ତ୍ସନା କରି ପଚାରିଥିଲେ, “କ୍ଷମାପତ୍ର କେଉଁଠି? ଆପଣ କି ପ୍ରକାରର କ୍ଷମା ପ୍ରାର୍ଥନା କରିଥିଲେ? କ୍ଷମା ମାଗିବାର କିଛି ଅର୍ଥ ଅଛି! କେତେବେଳେ ଲୋକମାନେ ଦଣ୍ଡକୁ ଏଡାଇବା ପାଇଁ ଭଦ୍ର ଭାଷା ବ୍ୟବହାର କରି ଭୁଲ୍ ମାଗନ୍ତି! ଏବଂ ଆଉ କେତେବେଳେ କୁମ୍ଭୀର କାନ୍ଦଣା କାନ୍ଦି! ଆପଣଙ୍କ କ୍ଷମା ପ୍ରାର୍ଥନା କିପରି?”

ଅଧିକ ପଢନ୍ତୁ:- କର୍ଣ୍ଣେଲ ସୋଫିୟା କୁରେଶିଙ୍କୁ ନେଇ ବିବାଦୀୟ ବୟାନ, ବିଜେପି ମନ୍ତ୍ରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ

ଶାହାଙ୍କ କ୍ଷମା ପ୍ରାର୍ଥନା ଭିଡିଓକୁ ଖାରଜ କରି ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ‘ଆପଣମାନେ ଜାଣନ୍ତି ଯେ ଲୋକଙ୍କ ଭାବନା କିପରି ଭାବରେ ଆଘାତ ପାଇଛି। ଆପଣଙ୍କୁ କିଛି କରିବା ଉଚିତ ଥିଲା। ଆମକୁ ଆପଣଙ୍କ କ୍ଷମା ପ୍ରାର୍ଥନାର ଆବଶ୍ୟକତା ନାହିଁ।”

ତେବେ ଖଣ୍ଡପୀଠ ଶାହଙ୍କ ମନ୍ତବ୍ୟର ତଦନ୍ତ ପାଇଁ ତିନି ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ତଦନ୍ତ ଟିମ୍ (ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଥିଲେ। ଖଣ୍ଡପୀଠ କହିଛନ୍ତି ଯେ ଶାହାଙ୍କୁ ପରିଣାମ ଭୋଗିବାକୁ ପଡିବ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏସଆଇଟି ପ୍ୟାନେଲର ନେତୃତ୍ୱ ଜଣେ IGP ରାଙ୍କ ଅଧିକାରୀ ନେବେ ଏବଂ ଏଥିରେ SP ରାଙ୍କ କିମ୍ବା ତା’ଠାରୁ ଅଧିକ ୨ ଜଣ ସଦସ୍ୟ ରହିବେ। ତେବେ ଏଥିରେ ଜଣେ ମହିଳା ଅଧିକାରୀ ମଧ୍ୟ ରହିବା ଉଚିତ।

Comments are closed.