ମୁମ୍ବାଇ: ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଆଜି ଶୁକ୍ରବାର ଝଟକା ଲାଗିଛି । ଶୁକ୍ରବାର ସୁପ୍ରିମକୋର୍ଟ ଶିବସେନାଙ୍କ ସମ୍ପତି ଟ୍ରାନ୍ସଫର ନେଇ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ଏହି ନିଷ୍ପତି ଫଳେ ଶିବସେନାର ସମ୍ପତି ଏବେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ପାଖରେ ରହିବ । ମୂଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ବିଚାରପତି ପିଏମ ନରସିହ୍ମାଙ୍କୁ ନେଇ ଗଠିତ ବେଂଚ ଆବେଦନକାରୀଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ ଆପଣ କିଏ ସେ ? ଏହି ମାମଲା ସମ୍ପର୍କରେ ଆପଣଙ୍କୁ ଆବେଦନ କରିବା ପାଇଁ କିଏ ଦେଲା ଅଧିକାର ? ଏହାପରେ ଆବେଦନକୁ ଖାରଜ କରାଯାଇଥିଲା ।
ମହାରାଷ୍ଟ୍ରର ବରିଷ୍ଠ ଓକିଲ ଆଶୀଷ ଗିରି ଶିବସେନାର ସମସ୍ତ ସମ୍ପତି ଶିନ୍ଦେ ଗୋଷ୍ଠୀଙ୍କୁ ଦେବା ପାଇଁ ଆବେଦନ କରିଥିଲେ । ମହାରାଷ୍ଟ୍ରର ଭୋଟର ଭାବେ ମୁଁ ଏହି ଆବେଦନ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରୁଛି । ପାର୍ଟିକୁ ନେଇ ପୂରା ସ୍ଥିତି ସ୍ପଷ୍ଟ ହେବା ଉଚିତ । ଫଳରେ ମହାରାଷ୍ଟ୍ରରେି ତାମିଲନାଡୁ ପରି ପରିସ୍ଥିତି ସୃଷ୍ଟି ହେବନି । ଶିବସେନା ନିକଟରେ ଏବେ ୧୯୦ କୋଟି ଟଙ୍କାର ସମ୍ପତି ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ଉଦ୍ଧବଙ୍କ କବଜାରେ ରହିଛି ।
ବାଲା ସାହେବ ଠାକରେ ମାତୋଶ୍ରୀର ତିନି ମହଲା ବିଶିଷ୍ଟ ଭବନକୁ ଭାଗ ବାଂଟି ଦେଇଥିଲେ । ପ୍ରଥମ ମହଲା ପତ୍ନୀ ଅଞ୍ଜଳି ଜୟଦେବ ଓ ଦ୍ୱିତୀୟ ଏବଂ ତୃତୀୟ ମହଲା ଉଦ୍ଧବଙ୍କ ନାମରେ କରିଥିଲେ । ଗ୍ରାଉଣ୍ଡ ଫ୍ଲୋର ଶିବସେନା ନାମରେ ରହିଛି । ରିପୋର୍ଟ ମୁତାବକ ଗ୍ରାଉଣ୍ଡ ଫ୍ଲୋରର ମାଲିକାନା ଅଧିକାର ଠାକରେଙ୍କ ନିକଟରୁ ଯିବା ସମ୍ଭାବନା ରହିଛି ।
Comments are closed.