ନୂଆଦିଲ୍ଲୀ: ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମୁକ୍ତ କରିବା ଦାବି ଉପରେ ସୁପ୍ରିମକୋର୍ଟ କେନ୍ଦ୍ରରୁ ଜବାବ ମାଗିଛନ୍ତି। ଏହି ଆବେଦନରେ ସାରା ଦେଶରେ ଥିବା ଜେଲ କିମ୍ବା ନାବାଳକ ସୁଧାର ଗୃହରେ ବେଆଇନ ତଥା ଅବାଧରେ ଅଟକ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଛି।
ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ଆବେଦନ ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି। ଏଥି ସହିତ କେନ୍ଦ୍ର ସରକାରଙ୍କ ନିର୍ବାଚନ ବଣ୍ଡ ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଅକ୍ଟୋବର ୩୧ ରେ ଶୁଣାଣି କରିବାକୁ ସ୍ଥିର କରିଛନ୍ତି।
Comments are closed.