Latest Odisha News

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା: ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ

କୋଲକାତା: ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ରାଜ୍ୟର ମମତା ସରକାରଙ୍କୁ ମିଳିଲା ବଡ ଆଶ୍ୱସ୍ତି । ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ନିକଟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ମମତା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଗତ ମାସରେ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୪ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ କୋଲକାତା ହାଇକୋର୍ଟ ରଦ୍ଦ କରିବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଶିକ୍ଷକ ନିଯୁକ୍ତିରେ ହୋଇଥିବା ୨୪ ହଜାର ନିଯୁକ୍ତିକୁ ରଦ୍ଦ କରିବାକୁ ଘୋଷଣା କରିଥିଲେ । ଏଥିସହ ୨୦୧୬ ସ୍କୁଲରେ ଚାକିରି କରି ଶିକ୍ଷକ ଓ ଅଣ-ଶିକ୍ଷକ ପାଇଥିବା ଦରମାକୁ ଫେରାଇବାକୁ କହିଥିଲେ କଲିକତା ହାଇକୋର୍ଟ । ଏବେ ଏହି ଶୁଣାଣି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏହି ନିଯୁକ୍ତି ଭିତରେ କେଉଁ ଗୁଡିକ ଉଚିତ୍ ନିଯୁକ୍ତି ତାହା କିପରି ଦର୍ଶା ଯାଇପାରିବ ବୋଲି କୋର୍ଟ ସିବିଆଇକୁ ପ୍ରଶ୍ନ କରିଥିଲେ । ସିବିଆଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବିରୋଧରେ ଅଧିକ ତଦନ୍ତ କରିବ ବୋଲି ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ଉପରେ ଆମେ ରୋକ୍ ଲଗାଉଛୁ।

 

Leave A Reply

Your email address will not be published.