Latest Odisha News

BREAKING NEWS

ସୁପ୍ରିମକୋର୍ଟ ମାରିବେ ଡବଲ ସେଞ୍ଜରୀ, ଆଜି ବିଭିନ୍ନ ମାମଲାର ଶୁଣାଣି

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଅନେକ ଆବେଦନ ସମେତ ସୁପ୍ରିମକୋର୍ଟ ସୋମବାର ୨୦୦ରୁ ଅଧିକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଶୁଣାଣି କରିବେ। ପ୍ରଧାନ ବିଚାରପତି ୟୁ. ୟୁ ଲଳିତଙ୍କ ନେତୃତ୍ୱରେ ଏକ ବେଞ୍ଚ ସିଏଏର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକ ଶୁଣାଣି କରିବେ।

ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ୍ ହୋଇଥିବା ସୂଚନା ଅନୁଯାୟୀ ଆଜି ମୋଟ୍ ୨୨୦ଟି ଆବେଦନର ଶୁଣାଣି ହେବାକୁ ଯାଉଛି। ଯେଉଁଥିରେ କିଛି ବର୍ଷ ହେବ ବିଚାରାଧୀନ ଥିବା ଅନେକ ପିଆଇଏଲ୍ ରହିଛି।

ସିଏଏ ଅନୁଯାୟୀ ଡିସେମ୍ବର ୩୧, ୨୦୧୪ କିମ୍ବା ପୂର୍ବରୁ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ହେଲେ ଏହି ଆଇନ ଲାଗୁ ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଡିସେମ୍ବର ୧୮, ୨୦୧୯ରେ ଏକ ଆବେଦନ ହାେଇଥିଲା। ଏହାଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ କୋର୍ଟ। ଯାହାର ଆଜି ଶୁଣାଣି ରହିଛି।

ଜାନୁଆରୀ ୨୦୨୦ର ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ କେନ୍ଦ୍ର ସରକାର ଏକ ନୋଟିସ ଜାରି କରିଥିଲେ। ହେଲେ କରୋନା ମହାମାରୀ ପାଇଁ ଥିବା ପ୍ରତିବନ୍ଧକ ଯୋଗୁଁ ଏହି ମାମଲାର ଶୁଣାଣି ହୋଇପାରିନଥିଲା। କାରଣ ଏହି ମାମଲାରେ ଅନେକ ଓକିଲ ଏବଂ ଆବେଦନକାରୀ ରହିଥିଲେ।

ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକାରୀଙ୍କ ମଧ୍ୟରୁ ଓଟଗଖ ନାମକ ସଂସ୍ଥାର ଆବେଦନ ରହିଛି। ଯେଉଁଥିରେ କୁହାଯାଇଛି ସିଏଏ ଆଇନ ସମାନତାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି । ଏବଂ ଧର୍ମ ଆଧାରରେ ବେଆଇନ ପ୍ରବାସୀ ଭାରତୀୟଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ଚାହୁଁଛି।

Comments are closed.