Latest Odisha News

BREAKING NEWS

କଟକ ଏସସିବି ଆଇସୋଲେସନରେ ହେବ ଡାଏଲିସିସ୍ ବ୍ୟବସ୍ଥା

କଟକ: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର କରୋନା ଆଇସୋଲେସନ ୱାର୍ଡରେ ଏବେ ରୋଗୀଙ୍କୁ ଡାଏଲିସିସ୍ ସୁବିଧା ମିଳିପାରିବ ।

BjdElectrycity

ମିଳିଥିବା ସୂଚନାନୁଯାୟୀ, ଏଥିପାଇଁ କୋଲକାତାରୁ ସ୍ୱତନ୍ତ୍ର ୩ ଜଣ ଇଞ୍ଜିନିୟର ମଙ୍ଗଳ ବାର ଦିନ କଟକରେ ପହଞ୍ଚି କାମ ଆରମ୍ଭ କରିଥିବା ସୂଚନା ମିଳିଛି । ସେଠାରେ ୩ଟି ଆରଓ ପ୍ଲାଣ୍ଟ ମେସିନ୍ ଲଗାଯିବ, ଯେଉଁଥିରେ ପ୍ରତି ସପ୍ତାହରେ ପ୍ରାୟ ୩୦ ଜଣ ରୋଗୀ ଡାଏଲିସିସ୍ ସୁବିଧା ପାଇ ପାରିବେ ।

ଆହୁରି ମଧ୍ୟ ଟ୍ୱିନସିଟି କଟକ ଓ ଭୁବନେଶ୍ୱରର କୋଭିଡ ହସ୍ପିଟାଲରେ ଅତ୍ୟଧିକ କରୋନା ରୋଗୀ ଦେଖା ଦେଉଥିବାରୁ ଡାଏଲିସିସ୍ ନେଇ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ତେବେ ପୂର୍ବରୁ ଏସସିବି ନେଫ୍ରୋଲୋଜି ବିଭାଗରେ କରୋନା ଆକ୍ରାନ୍ତଙ୍କ ଡାଏଲିସିସ୍ କରାଯାଉଥିଲା । ହେଲେ ସେଠାରେ ସଂକ୍ରମଣ ଆଶଙ୍କା ଥିବାରୁ ଆଇସୋଲେସନ୍ ୱାର୍ଡରେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.