Latest Odisha News

ଏସସିବି ଲଜ୍ଜା: ଗିରଫ ହେଲେ ଡାକ୍ତର ଅଭିଯୁକ୍ତ

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ । କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର, ଯୁଗ୍ମ ଡିଏମଇଟି ରୋମା ରତନ ରହିଛନ୍ତି । ସେପଟେ ଏହି ଘଟଣାର ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି ପୋଲିସ । ଏସସିବିରେ ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ଠାକୁର ଦିଲବାଗ ସିଂ । ୨ ବର୍ଷ ହେଲା କାର୍ଡିଓଲୋଜୀ ବିଭାଗରେ ମଧ୍ୟ ଥିଲେ ।

ସୂଚନା ଅନୁସାରେ, ଗତ ଶୁକ୍ରବାର ୨ଜଣ ମହିଳା ରୋଗୀ କଟକ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଇସିଜି କରିବା ପାଇଁ କହିଥିଲେ । ମାତ୍ର ସେହିଦିନ ଇସିଜି ହୋଇନପାରିବାରୁ ରବିବାର ଦିନ ସେହି ୨ଜଣ ମହିଳା ଆସି ଇସିଜି କରିବାକୁ ଯାଇଥିଲେ। ମାତ୍ର ଇସିଜି ବାହାନାରେ ଡାକ୍ତର ଉକ୍ତ ୨ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ କରି  ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି ।

Comments are closed.